April 25, 2024

ମୋଦି ସରକାର ସବୁବେଳେ ମହିଳାଙ୍କ ସମ୍ମାନ କଥା ଚିନ୍ତା କରିଆସିଛନ୍ତି ; ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-With-Maneka-Gandhi-Aajira-Odisha

ଆଓରି-ନୂଆଦିଲ୍ଲୀ(୨୪/୦୧) : ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଓଡିଶାର ୬୦ ହଜାର ମହିଳାଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନେକା ଗାନ୍ଧି । ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଞ୍ଚାଯାଇପାରିଛି । ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଞ୍ଚିଲାଣି । ମୋଦି ସରକାରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଉଜ୍ଜଳା ଯୋଜନା ଆଜି ଅନ୍ୟଦେଶ ପାଇଁ ମଡେଲ ଭାବେ ଉଭା ହୋଇଛି । ଏହି ଯୋଜନାରେ ମହିଳାଙ୍କ ସମ୍ମାନ, ସ୍ୱାଭିମାନ ଓ ଆତ୍ମ ସମ୍ମାନ ବଢିପାରିବା ସହ ମହିଳା ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ଭିଡିଓ କନଫରେନ୍ସି ଜରିଆରେ ଓଡିଶାର ୩୦ଟି ଜିଲ୍ଲାରେ ଆୟୋଜିତ ଉଜ୍ଜଳା ସ୍ୱାଭିମାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ । ଏ ଅବସରରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉଜ୍ଜଳା ଯୋଜନା ରାଜ୍ୟରେ ଆଜି ଏକ ନୂଆ ଅନୁଭବ ତିଆରି କରିପାରିଛି । ପୂର୍ବରୁ ଓଡିଶାରେ ମୋଟ ୧ କୋଟି ଘର ମଧ୍ୟରୁ ୨୦ ଲକ୍ଷ ଘରେ ଏଲପିଜି ଥିଲା । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ହେବା ପରେ ଭାରତବର୍ଷ ଗରୀବ ମା ଓ ଭଉଣାମାନଙ୍କ ପାଇଁ ସ୍ୱଚ୍ଛ ଇନ୍ଧନ ଦେବାର ବ୍ୟବସ୍ଥା କଲେ । ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଞ୍ଚାଯାଇପାରିଛି । ଓଡିଶାରେ ୭୫ ଲକ୍ଷ ପରିବାରରେ ଏବେ ଏଲପିଜି ପହଞ୍ଚିଲାଣି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭଲ କାମ କଲେ ସମାଲୋଚନା ହେବାକୁ ପଡିଥାଏ । ମାତ୍ର ସମାଲୋଚନାକୁ ଭ୍ରୁକ୍ଷେପ ନକରି ଭାରତ ସରକାର ପ୍ରତିବଦ୍ଧତାର ସହ କାମ ଆରମ୍ଭ କରିଛନ୍ତି । ଆଗାମୀ ବର୍ଷକ ମଧ୍ୟରେ ଓଡିଶାରେ ଗୋଟେ ଗରୀବ ରହିବ ନାହିଁ, ଯା ଘରେ ଉଜ୍ଜଳା ଯୋଜନାରେ ଏଲପିଜି ନଥିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏ ସରକାର ଦେଶର ମହିଳାଙ୍କ ପାଇଁ ସମର୍ପିତ ବୋଲି କହିଥିଲେ । ଭାରତ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନାର ଅଧିକା ଲାଭ ମହିଳାଙ୍କୁ ମିଳୁଛି । ଆଜି ଓଡିଶାରେ ଉଜ୍ଜଳା ଯୋଜନା, ସୁପୋଷଣ ଯୋଜନା, ଶୌଚାଳୟ, ଆବାସ ଯୋଜନା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାମାନେ ଅଧିକ ଲାଭାନ୍ୱିତ ହେବା ସହ ମୁଦ୍ରା ଯୋଜନାରେ ଅନେକ ଉଦ୍ୟମୀ ତିଆରି ହୋଇପାରୁଛନ୍ତି ।

ମୋଦି ସରକାର ସବୁବେଳେ ମହିଳାଙ୍କ ସମ୍ମାନ କଥା ଚିନ୍ତା କରିଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଦୀର୍ଘଦିନ ଧରି ହେଉନଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ମିଳିତ ଉଦ୍ୟମ ଯୋଗୁଁ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫୦୦ ଟଙ୍କା ବୃଦ୍ଧି ହୋଇପାରିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଗାନ୍ଧି କହିଛନ୍ତି ଯେ, ଆଜି ଓଡିଶାର ୬୦ ହଜାର ମହିଳାଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ସେ ସୌଭାଗ୍ୟ ମନେକରୁଛନ୍ତି । ସେ କହିଛନ୍ତି ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ୧୦୦ ସିଲିଣ୍ଡର ପାଇଁ ୧୦ ହଜାର ଲୋକଙ୍କ ଲାଇନ୍ ଲାଗୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ସେ ପ୍ରଥମେ ଭାରତବର୍ଷର ମା ଓ ଭଉଣୀଙ୍କ ସମସ୍ୟା ବିଷୟରେ ଚିନ୍ତା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ବେଟି ବଚାଓ, ବେଟି ପଢାଓ ଆରମ୍ଭ କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ କହିଥିଲେ ମାନେକା ଗାନ୍ଧି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.