Sun. Sep 22nd, 2019

ଇସଲାମିକ ବ୍ୟାଙ୍କ ନାମରେ ୩୦ ହଜାର ମୁସଲମାନଙ୍କଠାରୁ ୧୫୦୦ କୋଟି ଟଙ୍କାର ଠକେଇ କରି ମହମ୍ମଦ ମନସୁର ଖାନ୍ ଫେରାର୍

1 min read

ଆଓରି-ଭୁବନେଶ୍ଵର(୧୪/୦୬):ଇସଲାମିକ ବ୍ୟାଙ୍କ ନାମରେ ପାଖାପାଖି ୩୦ ହଜାର ମୁସଲମାନଙ୍କଠାରୁ ପ୍ରାୟ ୧୫୦୦ କୋଟି ଟଙ୍କାର ଠକେଇ କରି ମହମ୍ମଦ ମନସୁର ଖାନ୍ ନାମକ ଜଣେ ବ୍ୟକ୍ତି ଦୁବାଇ ପଳାଇଥିବା ଜଣାଯାଇଛି । ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେ ମୁସଲମାନ ଲୋକମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କଠାରୁ ମୋଟା ରକମର ଅର୍ଥ ଫେରସ୍ତ କରିବାକୁ କଥା ଦେଇ ଏକ ସ୍କିମ ଚଳାଇଥିଲା ।

ମନସୁର ଖାନ୍ ଜଣେ ମ୍ୟାନେଜମେଣ୍ଟ ଡିଗ୍ରିଧାରୀ ବୋଲି ଜଣାଯାଇଛି। ସେ ୨୦୦୬ରେ ମନିଟାରି ଆଡଭାଇଜୋରି ନାମକ ଏକ ବ୍ୟବସାୟିକ ସଂସ୍ଥା ଖୋଲିଥିଲା। ଏହି ସଂସ୍ଥା ବୁଲିୟନରେ ନିବେଶ କରିବ ଏବଂ ଗ୍ରାହକମାନଙ୍କୁ ୭-୮ ପ୍ରତିଶତ ରିଟର୍ଣ୍ଣ କରିବ ବୋଲି କହିଥିଲା ।
ମୁସଲମାନମାନେ ଇସଲାମରେ ସୁଧରେ ମିଳୁଥିବା ଟଙ୍କାକୁ ଅନୈତିକ ଏବଂ ଇସଲାମ ବିରୋଧୀ ବୋଲି ମାନନ୍ତି । ଏହି ଧାରଣାକୁ ଭାଙ୍ଗିବା ପାଇଁ ମନସୁର ଖାନ୍ ଧର୍ମ ନାମରେ ଏକ ଚାଲ୍ ଚଳାଇଥିଲା । ନିବେଶକଙ୍କୁ ବିଜନେସ୍ ପାର୍ଟନର ନାମ ଦେଇ ଗ୍ରାହକଙ୍କ ମନରେ ବିଶ୍ୱାସ ଜନ୍ମାଇ ୫୦ ହଜାର ଟଙ୍କା ଜମା କରିବା ପାଇଁ ଉସୁକାଇ ଥିଲା ।
ଏହା ପରେ ମନସୁର ଖାନ୍ ନିଜ ସ୍କିମକୁ ଗ୍ରାମୀଣ ଅଞ୍ଚଳରେ ପ୍ରସାରିତ କରିଥିଲା। ଏଥିରେ ତାକୁ ସ୍ଥାନୀୟ ମୁସଲିମ ନେତାଙ୍କ ସହଯୋଗ ବି ମିଳିଥିଲା । ନିବେଶ କରିଥିବା ସମସ୍ତ ମୁସଲମାନମାନଙ୍କୁ ସେ କୋରାନ ଉପହାର ସ୍ୱରୂପ ଦେଉଥିଲା । ଏହାଦ୍ୱାରା ତାହାର ଯୋଜନା ଆହୁରି ସଫଳ ହୋଇଥିଲା । ଏହି ସ୍କିମରେ ମନସୁର ୧୫୦୦ କୋଟି ଟଙ୍କା ସଂଗ୍ରହ କରିବାପରେ ଫେରାର ହେବାର ଯୋଜନା କରିଥିଲା। ଯେତେବେଳେ ନିବେଶକମାନେ ଟଙ୍କା ଫେରସ୍ତ ଚାହିଁଲେ ,ସେତେବେଳେ ମନସୁର ଅଣ୍ଡରଗ୍ରାଉଣ୍ଡ ହୋଇଗଲା। ଏବେ ବେଙ୍ଗାଲୁରୁ ପୁଲିସ ମନସୁରକୁ ଖୋଜିବା ଆରମ୍ଭ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *