April 20, 2024

ଇଣ୍ଡୋନେସିଆରେ ବଡଧରଣର ବିମାନ ଦୁର୍ଘଟଣା ; ୧୮୮ ଯାତ୍ରୀଥିବା ବିମାନ ଦୁର୍ଘଟନାଗ୍ରସ୍ତ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୯/୧୦) : ଇଣ୍ଡୋନେସିଆରେ ବଡଧରଣର ବିମାନ ଦୁର୍ଘଟଣା । ଜାକର୍ତ୍ତାରୁ ପାଙ୍କଳ ପିନାଂଗ ଯାଉଥିବା ଲାଏନ୍ସ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୧୮୮ଜଣ ଯାତ୍ରୀ ଓ କ୍ରିଉ ମେମ୍ବର ଥିଲେ । ତେବେ ବିମାନଟି ସମୁଦ୍ର ଭିତରକୁ ଖସିପଡିଥିଲା । ବିମାନଟି ଉଡାଣ ଭରିବାର ୧୩ମିନଟ ପରେ ନିଖୋଜ ହୋଇଯାଇଥିଲା । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସିଙ୍ଗାପୁର ଷ୍ଟ୍ରେଟ୍ ଟାଇମ୍ସ ରିପୋର୍ଟ ମୁତାବକ ସକାଳ ୬ଟା ୩୩ ମିନିଟ ପରଠାରୁ ବିମାନର ଟ୍ରାଫିକ୍ କଣ୍ଟ୍ରୋଲ ସହିତ କୌଣସି ଯୋଗଯୋଗ ହୋଇନାହିଁ ।  ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ଭିତରକୁ ଖସିପଡିଛି ।

ବିମାନରେ ୧୮୮ଙ୍କ ଯାତ୍ରୀଙ୍କ ମଧ୍ୟରେ ୧୭୮ ପ୍ରାପ୍ତ ବୟସ୍କ, ୩ ଜଣ ଶିଶୁ, ପାଇଲଟ୍‌ ଓ ୫ ଜଣ ପରିଚାଳକ ଥିଲେ। ବିମାନଟି ଦୁର୍ଘଟଣା ପରେ ସମୁଦ୍ରରେ ଭାସୁଥିବାର ଏକ ଦୃଶ୍ୟର ଭିଡିଓ ଇଣ୍ଡୋନେସିଆ ବିପର୍ଯ୍ୟୟ ଏଜେନ୍ସି ଟୁଇଟ୍‌ ଯୋଗେ ଜାରି କରିଛନ୍ତି।

କ୍ୟାପ୍‌ଟେନ୍‌ ଭାବୟେ ସୁନେଜା ନାମକ ଦିଲ୍ଲୀର ଜଣେ ଯୁବକ ଥିଲେ ସୋମବାର ଦିନ ୧୮୮ ଯାତ୍ରୀଥିବା ଦୁର୍ଘଟଣାଗ୍ରସ୍ତ ଇଣ୍ଡୋନେସୀୟ ବିମାନର କପ୍ତାନ୍‌। ଲାୟନ୍‌ ଏୟାର୍ସର ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‍ ବିମାନଟି ଖସିପଡ଼ିଥିବା ସମୁଦ୍ର ଜଳରେ ଏବେ ତଲାସ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ସଦ୍ୟତମ ରିପୋର୍ଟ ଅନୁସାରେ ଏଥିରେ ସମୁଦାୟ ୧୮୮ ଜଣ ଲୋକ ଥିଲେ।

ସୁନେଜାଙ୍କୁ ଚିହ୍ନିଥିବା ଲୋକେ ଏବଂ ଅନ୍ୟମାନେ ଏବେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ସମସ୍ତଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛନ୍ତି।
ଦିଲ୍ଲୀର ମୟୂର ବିହାରବାସୀ ସୁନେଜା ସ୍ଥାନୀୟ ଆହଲକୋନ୍‌ ପବ୍ଲିକ୍‌ ସ୍କୁଲ୍‌ରୁ ୨୦୦୫ରେ ପାସ୍‌ କରିବା ପରେ ମାର୍ଚ ୨୦୧୧ରେ ଇଣ୍ଡୋନେସୀୟ ଲୋ’ କଷ୍ଟ୍‍ କ୍ୟାରିୟର୍‌ (ଏଲ୍‌ସିସି) ଲାୟନ୍‌ ଏୟାର୍‌ରେ ଯୋଗ ଦେଇଥିଲେ। ସେଠାରେ ସେ ବୋଇଙ୍ଗ୍‌ ୭୩୭ ଚଳାଉଥିଲେ। ୩୧ ବର୍ଷିୟ ସୁନେଜା ଭାରତ ଫେରିଆସିବାକୁ ବିଚାର କରୁଥିଲେ ବୋଲି ବୋଇଙ୍ଗ୍‌ ୭୩୭ ଚଳାଉଥିବା ଏକ ଅଗ୍ରଣୀ ଭାରତୀୟ ବିମାନ ପରିବହନର ଭିପି କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.