April 25, 2024

କୁମ୍ଭ ମେଳାର ଶେଷ ଦିନରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

1 min read
Last-Day-Mahakumbh-Aajira-Odisha

ଆଓରି-ନୂଆଦିଲ୍ଲୀ(୦୪/୦୩) : ଆଜି ବିଶ୍ୱପ୍ରସିଦ୍ଧ ପ୍ରୟାଗ କୁମ୍ଭମେଳାର ଶେଷଦିନ । ଲକ୍ଷାଧିକ ଭକ୍ତ ଶେଷଦିନରେ ବୁଡ ପକାଇଛନ୍ତି । ଆଜି ଭୋରରୁ ଭକ୍ତମାନେ ବୁଡ ପକାଇବା ଆରମ୍ଭ କରିଛନ୍ତି । କୁମ୍ଭମେଳାର ଶେଷ ଦିନ ହୋଇଥିବାରୁ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ସେପଟେ ଲକ୍ଷାଧିକ ସାଧୁସନ୍ଥ, ଶ୍ରଦ୍ଧାଳୁ ଆଜି ଭିଡ ପକାଇବା ପାଇଁ ଏଠାରେ ପହଞ୍ଚିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆଜି ମହାଶିବରାତ୍ରୀ ହୋଇଥିବାରୁ ବୁଡର ମହତ୍ତ୍ୱ ବଢିଯାଇଛି । ପ୍ରୟାଗରାଜ କୁମ୍ଭମେଳା ଜାନୁଆରୀ ୧୫ରେ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.