April 20, 2024

ବିଭିନ୍ନ ଦେଶର କରୋନା ଷ୍ଟ୍ରେନର ନାମକରଣ କଲା ‘ହୁ’

1 min read

ଆଓରି-ନୂଆଦିଲ୍ଲୀ(୦୧/୦୬) : ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ ନାମକରଣର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ । ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍ ବା ପ୍ରକାର- ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଆଂଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ । ଏବେ ଏହାର ନାମକରଣ ‘ଡେଲଟା’ ରଖିଛି ହୁ । ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ କାପା ରଖାଯାଇଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ବିଟା ଓ ବ୍ରାଜିଲ ଷ୍ଟ୍ରେନର ନାଁ ଗାମା ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଆଂଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.