ୟୁପିଏ ତୁଳନାରେ ଏନ୍ଡିଏ ସରକାର ୨.୮୬% ଶସ୍ତାରେ କରିଛନ୍ତି ରାଫେଲ ଡିଲ୍
1 min readଆଓରି-ନୂଆଦିଲ୍ଲୀ(୧୩/୦୨) : ବୁଧବାର ରାଜ୍ୟସଭାରେ ସିଏଜି ପକ୍ଷରୁ ରାଫେଲ ଡିଲ ରିପୋର୍ଟ ଉପସ୍ଥାପନ କରାଯାଇଛି । ଏହି ରିପୋର୍ଟ ମୋଦି ସରକାରଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛି । ରିପୋର୍ଟ ମୁତାବକ ୟୁପିଏ ତୁଳନାରେ ମୋଦି ସରକାର କାଳରେ ଶସ୍ତାରେ ରାଫେଲ୍ ଡିଲ ହୋଇଥିବା ଜଣାପଡିଛି । ଏନଡିଏ ସରକାର ୨.୮୬ ପ୍ରତିଶତ ଶସ୍ତାରେ ଏହି ଡିଲ୍ ଫାଇନାଲ କରିଛନ୍ତି । ତେବେ କେତେ ରେ ଡିଲ୍ ଚୂଡାନ୍ତ ହୋଇଛି ସେ ନେଇ ରିପୋର୍ଟରେ କୌଣସି ତଥ୍ୟ ନାହିଁ ।
୧୪୧ ପୃଷ୍ଠା ସମ୍ବଳିତ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି । ଯୁଦ୍ଧ ବିମାନ କିଣିବାକୁ ୟୁପିଏ ତୁଳନାରେ ଏନ୍ଡିଏ ସରକାର ୨.୮୬% ଶସ୍ତାରେ ଡିଲ୍ କରିଛି । ଯାହାକି ଦେଶର ୧୭.୦୮ପ୍ରତିଶତ ଅର୍ଥ ସଞ୍ଚୟ ହୋଇଛି ବୋଲି ସିଏଜି ରିପୋର୍ଟରେ କହିଛି । କିନ୍ତୁ ଏହାକୁ ନେଇ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ସଂସଦରେ ହଙ୍ଗାମା କରିଛନ୍ତି ବିରୋଧୀ । ରାଫେଲ ଡିଲର ତଦନ୍ତ ଯୁଗ୍ମ ସଂସଦୀୟ କମିଟି କରୁ ବୋଲି ସେମାନେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳ ୨୦୧୬ରେ ରାଫେଲ ଡିଲ ଚୂଡାନ୍ତ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ୟୁପିଏ ଶାସନ କାଳରେ ଏହି ଡିଲ୍ ନେଇ ଆଲୋଚନା ହୋଇଥିଲା । କିନ୍ତୁ କେତେକ ସର୍ତ୍ତ କାରଣରୁ ଡିଲ୍ ଚୂଡାନ୍ତ ପାରିହୋଇନଥିଲା ।