April 19, 2024

ବଜାରକୁ ଆସିବା ନୂଆ ୧୦୦ ଟଙ୍କିଆ ନୋଟ୍‌ : ଆରବିଆଇ ର ଘୋଷଣା

1 min read

 ଆଅରି-ନୂଆଦିଲ୍ଲୀ(୨୦/୭) : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବ୍‌ଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ୍‌ ଜାରି କରିବ ବୋଲି ଗୁରୁବାର ସ୍ପଷ୍ଟ କରିଛି। ଇତି ମଧ୍ୟରେ ନୂଆ ୨୦୦ ଟଙ୍କା, ୫୦୦ ଟଙ୍କା ଏବଂ ୧୦ ଟଙ୍କା ବଜାରକୁ ଆସିଥିବାବେଳେ ବର୍ତ୍ତମାନ ତାଲିକାରେ ନୂଆ ୧୦୦ ଟଙ୍କା ଯୋଡି ହୋଇଯିବ। ମହାତ୍ମା ଗାନ୍ଧୀ ସିରିଜ୍‌ରେ ନୂଆ ୧୦୦ ଟଙ୍କିଆ ନୋଟ୍‌ ଆସିବ। ଦେଶର ସଂସ୍କୃତିକୁ ଏଥିରେ ଉପସ୍ଥାପନ କରାଯାଇଛି। ଏହାର ପଛ ପାର୍ଶ୍ୱରେ ‘ରାନୀ କି ଭଭ୍‌’ର ଚିତ୍ର ରହିଛି। ଏକାଦଶ ଶତାବ୍ଦୀର ରାଜା ଭୀମଙ୍କ ପାଇଁ ଗୁଜରାଟର ପଟନ୍‌ଠାରେ ଏହି ସ୍ମାରକକୁ ନିର୍ମାଣ କରାଯାଇଥିଲା। ନୂଆ ନୋଟ୍‌ଟି ହାଲ୍‌କା ବାଇଗଣୀ ରଙ୍ଗରେ ଆସିବ। ବ୍ୟାଙ୍କିଙ୍ଗ୍‌ ଚ୍ୟାନେଲ୍‌ ଜରିଆରେ ଧୀରେ ଧୀରେ ଏହି ନୋଟ୍‌ର ଛପା ଏବଂ ଯୋଗାଣ ବୃଦ୍ଧି କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ ଏକ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି।
୬୬ଏମ୍‌ଏମ୍‌ x ୧୪୨ ଏମ୍‌ଏମ୍‌ ଏହାର ଆକାର ରହିଛି। ଆଗ ଏବଂ ପଛ ପାର୍ଶ୍ୱରେ ମୋଟ ୧୬ଟି ସୁରକ୍ଷା ବୈଶିଷ୍ଟ୍ୟ ରହିବ। ତେବେ ପୂର୍ବରୁ ବଜାରରେ ଉପଲବ୍ଧ ଥିବା ୧୦୦ ଟଙ୍କିଆ ନୋଟ୍‌ଗୁଡିକ ମଧ୍ୟ ବୈଧ ରହିବ। ସମ୍ମୁଖ ପାଶ୍ୱରେ ସଂଖ୍ୟା ୧୦୦ର ଲାଟେଣ୍ଟ ଇମେଜ୍‌(ଲୁଚି ରହିଥିବା ଛବି) ଏବଂ ଦେବନାଗରୀରେ ୧୦୦ ଲେଖା ହୋଇଛି। ଅନ୍ୟ ଭାରତୀୟ ନୋଟ୍‌ଗୁଡିକ ଭଳି ଏହି ନୋଟ୍‌ର ମଧ୍ୟଭାଗରେ ମହାତ୍ମା ଗାନ୍ଧୀଙ୍କ ଛବି ରହିଛି। ଦେବନାଗରୀରେ ଭାରତ, ଆର୍‌ବିଆଇ, ଇଣ୍ଡିଆ ଏବଂ ୧୦୦କୁ ମାଇକ୍ରୋ ଲେଟର୍‌ରେ ଲେଖାଯାଇଛି। ଏହା ସହ ଶିଳାଲେଖା ଭାରତ ସହିତ ଏକ ନିରାପତ୍ତା ସୂତା ରହିଛି। ପ୍ରୋମିଜ୍‌ କ୍ଲଜ୍‌ ସହିତ ଆର୍‌ବିଆଇ ଗଭର୍ନରଙ୍କ ସ୍ବାକ୍ଷର, ମହାତ୍ମା ଗାନ୍ଧୀଙ୍କ ଛବି ଡାହାଣକୁ ଆର୍‌ବିଆଇର ପ୍ରତୀକ ରହିଛି। ନୋଟ୍‌ର ପଛ ପାଶ୍ୱର ବାମ ପଟେ ଏହାର ଛପା ବର୍ଷ, ସ୍ଲୋଗାନ ସହ ସ୍ବଚ୍ଛ ଭାରତ ଲୋଗୋ ଏବଂ ଭାଷା ପ୍ୟାନେଲ୍‌ ରହିଥିବା ଆର୍‌ବିଆଇ ପକ୍ଷରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.