Mon. Oct 14th, 2019

ବର୍ତ୍ତମାନ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ

1 min read

ଆଓରି-ନୂଆଦିଲ୍ଲୀ(୨୧/୦୯) : ଖୁବ୍ ଶୀଘ୍ର ଗୁଗୁଲରେ ସାମିଲ ହେବ ଓଡିଆ ଭାଷା । ଏଣିକି ଆପଣ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ । ଏଭଳି ସୂଚନା ଦେଇଛି ଗୁଗୁଲ । ଭାରତୀୟ ଭାଷାରେ ଏହାର ସର୍ଚ୍ଚ ଇଂଜିନର ବ୍ୟବହାର ବଢାଇବା ନେଇ ପଦକ୍ଷେପ ନେଇଛି ଗୁଗୁଲ ଏବଂ ଅଧିକରୁ ଅଧିକ ଭାରତୀୟ ଭାଷାକୁ ଏଥିରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ ଇଣ୍ଡିଆର ପଂଚମ ବାର୍ଷିକ ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତବର୍ଷ ତାମିଲ, ତେଲୁଗୁ, ଗୁଜରାଟି, ମରାଠୀ, କନ୍ନଡ ଓ ମାଲାୟଲମ୍ ଭାଷାକୁ ସାଲିମ କରିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନିଟି ଭାଷା ସାମିଲ ହେବ ବୋଲି କହିଛି ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଂଜିନ । ଏହି ତାଲିକାରେ ଓଡିଆ, ଉର୍ଦ୍ଦୁ ଓ ପଂଜାବୀ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *