April 20, 2024

କେନ୍ଦ୍ରୀୟ ଆବାସ ଯୋଜନାକୁ ବିଜୁ ପକ୍କା ଘର ନାଁରେ ବାଣ୍ଟୁଛନ୍ତି ରାଜ୍ୟ ସରକାର ; ରାସ୍ତାକୁ ଓହ୍ଲାଇଲା ବିଜେପି

1 min read

ଆଓରି-ଭୁବନେଶ୍ଵର(୨୭/୦୯) : କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ହଡ଼ପ କରି ନେଉଛନ୍ତି ରାଜ୍ୟ ସରକାର । ଏହାର ପ୍ରତିବାଦରେ ରାଜ୍ୟବ୍ୟାପି ଆନ୍ଦୋଳନ କରୁଛି ବିଜେପି । ଆଜି ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଘେରାଓ କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରେ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରିଛି ଦଳ । ମୋଦି ସରକାର ଦେଶରେ ବିଭିନ୍ନ ପ୍ରକାର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନାଁ ବଦଳାଇ ବାହା ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ ଏବଂ ପୌରାଂଚଳ ଘେରାଉ କରିଛି । ଏହା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ରାଜ୍ୟ ବିଜେପି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.