April 25, 2024

ଜନତାଙ୍କ ଆଗରେ ହାର ମାନିଲେ ମୁଖ୍ୟମନ୍ତ୍ରୀ ; ଗଛ କଟା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

1 min read
Tree-Cutting-Aajira-Odisha

ଆଓରି-ଭୁବନେଶ୍ଵର(୧୮/୧୧) : ଶେଷରେ ଲୋକଙ୍କ ଦାବି ମାନିବାକୁ ବାଧ୍ୟ ହେଲେ ସକରାର । ହଜାରେରୁ ଅଧିକ ଗଛ କାଟି ସାରିଲା ପରେ ଗଛ କଟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଢେଙ୍କାନାଳର ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆରଡିସିଙ୍କୁ ମଧ୍ୟ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସବୁଠାରୁ ଦୁଃଖର କଥା ହେଉଛି ମଦ ଫ୍ୟାକ୍ଟ୍ରି ପାଇଁ ହଜାରେ ଗଛ କଟାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଗତକାଲି ମଦଫ୍ୟାକ୍ଟ୍ରି ପାଇଁ ବଳରାମପୁରରେ ହଜାରେ ଗଛ କଟାଯାଇଥିଲା । ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ସରକାରୀ ଜଙ୍ଗଲ ପ୍ରୀତିର ଜ୍ଜଳନ୍ତ ନମୁନା: ବିୟର ଫ୍ୟାକ୍ଟ୍ରି ଆଗରେ ତୁଚ୍ଛ ୫୦୦ରୁ ଅଧିକ ଶାଳ, ପିଆଶାଳ, ହରିଡ଼ା, ବାହାଡ଼ା ଓ ଅଁଳା ଗଛ। ଯୋର ଜବରଦସ୍ତ ଗଛକଟାକୁ ବିରୋଧ କରିବାରୁ ମହିଳାଙ୍କ ସମେତ ଗାଁ ଲୋକେ ପୁଲିସ ଦ୍ଵାରା ଅଟକ।ଏପରିକି ଗୃହରେ ମଧ୍ୟ ବିରୋଧୀମାନେ ଏହାକୁ ନେଇ ସରକାରଙ୍କୁ ଘେରିଥିଲେ । ଗୋଟିଏ ପଟେ ରାଜ୍ୟ ସରକାର ବୃକ୍ଷରୋପଣ ମିସନ ଆରମ୍ଭ କରିଥିବା ବେଳେ ଅନ୍ୟ ପଟେ ଗଛ କଟା ହୋଇଥିଲା ।CM-Navin Pattnaik-Aajira-Odisha

ଏହାକୁ  ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କୁ ଘେରିଥିଲେ ପରିବେଶ ପ୍ରେମୀ । ତେବେ ଏହି ସମାଲୋଚନା ପରେ ରାଜ୍ୟ ସରକାର ଚେଇଁ ଉଠିଛନ୍ତି । ଏହାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ଗଛକଟା ବନ୍ଦ ପାଇଁ କହିଛନ୍ତି । ସୂଚନାଯୋଗ୍ୟ, ଗାଁ ନିକଟ ଜଙ୍ଗଲରୁ ବ୍ୟାପକ ଗଛ କଟାଯାଇଛି । ମଦ କମ୍ପାନୀ ନିର୍ମାଣ ପାଇଁ ଏହି ଜଙ୍ଗଲକୁ ସଫା କରାଯାଇଛି । ତେବେ ଗୋଟିଏ ପଟେ ସରକାର ଗଛ ଲଗାଇବା ପାଇଁ ସଚେତନମୂଳକ ପ୍ରଚାର କରୁଥିବା ବେଳେ ଅନ୍ୟପଟେ ଚାଲିଥିଲା ଜଙ୍ଗଲ ପଦା କରିବା ଅଭିଯାନ ।ସେହିପରି ମଦ ପାଇଁ ସରକାରଙ୍କ ଏହି ଅଭିଯାନ ଅନେକଙ୍କ ଆଶ୍ଚର୍ଯ୍ୟ କରିଛି । ବିୟର କମ୍ପାନୀ ପ୍ରତିଷ୍ଠା ପାଇଁ ଜଙ୍ଗଲ ପଦା କରିବା ଅଭିଯାନକୁ ସହଜରେ ହଜମ କରିପାରିନଥିଲେ ଗ୍ରାମବାସୀ । ତେଣୁ ଏହି ସମୟରେ ପୋଲିସ ଓ ପ୍ରଶାସନ- ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ସରକାରଙ୍କ ଏହି ଅଭିଯାନକୁ ବିରୋଧ କରିଥିଲେ ଗାଁର ମହିଳା, ପୁରୁଷ ଓ ଶିଶୁ ।

ସୂଚନାଯୋଗ୍ୟ, ଇଡ୍‌କୋ ପକ୍ଷରୁ ଏକ ମଦ କମ୍ପାନୀକୁ ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ ବିୟର କାରଖାନା ପ୍ରତିଷ୍ଠା ପାଇଁ ଜମି ଦିଆଯିବ। ଏହି ଜମି ଅଧିଗ୍ରହଣ ପାଇଁ ଆଜି ସକାଳେ ପୁଲିସ, ମାଜିଷ୍ଟ୍ରେଟ୍‌ ବଳାରାମପୁର ଗ୍ରାମକୁ ଯାଇଥିଲେ। ସେମାନେ ମେସିନ ଦ୍ୱାରା ଗଛ କାଟିବା ଆରମ୍ଭ କରିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଜଙ୍ଗଲରେୁ ପାଖାପାଖି ହଜାରେ ଗଛ କଟାଯାଇଛି । ତେବେ ଗାଁରେ ଲୋକେ ଏହାକୁ ଜୋରଦାର ବିରୋଧ କରିବା ସହ ଠେଙ୍ଗାବାଡି ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପଟେ ପୋଲିସ ୧୧ଜଣ ଗ୍ରାମବାସୀଙ୍କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.