April 16, 2024

ଲକ୍ଷ୍ନୌରେ ଆୟୋଜିତ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୨୬ ପଦକ (ଢେଙ୍କାନାଳକୁ ୧୨ପଦକ)

1 min read

ଆଓରି-ଉପ(୧୭-୦୬)ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଆୟୋଜିତ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ପ୍ରତିଯୋଗିଙ୍କ ବାଜିମାତ୍‌ । ଓଡ଼ିଶାର ୨୬ରୁ କେବଳ ଢେଙ୍କାନାଳକୁ ୧୨ ପଦକ । ଜୁନ୍‌ ୧୪ରୁ ଜୁନ୍‌ ୧୬ ପର୍ଯ୍ୟନ୍ତ ଟାଏକୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା ଟିମକୁ ୯ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ସହ ସର୍ବମୋଟ୍ ୨୬ ଟି ପଦକ ମିଳିଛି ।

ସେଥିରୁ କେବଳ ଢେଙ୍କାନାଳ ଜିଲ୍ଲାର ଟ୍ରାଡିସନାଲ ଟାଏକୋଣ୍ଡୋ ଡୋଜାଙ୍ଗ ଟିମ୍ ୫ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ସହ ୧୨ଟି ପଦକ ଅକ୍ତିଆର କରିଛି । ଟ୍ରାଡିସନାଲ ଟାଏକୋଣ୍ଡୋ ଡୋଜାଙ୍ଗ ଅନୁଷ୍ଠାନର ଏହି ସଫଳତାର ଶ୍ରେୟ ସମସ୍ତ  ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନେ କୋଚ୍ ସୌମ୍ୟକାନ୍ତ ବେଉରାଙ୍କୁ ଦେଇଛନ୍ତି  ।

ଏହି ଆନୁଷ୍ଠାନର ମାତ୍ର ୭ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା କରିଥିବା ବେଳେ ଶ୍ରୀ ଶ୍ରେୟସ ଶକ୍ତିମିତ କୋର‌୍ୟୁଗି ଓ ପୋମସାଏରେ ୨ ଟି ସ୍ଵର୍ଣ୍ଣ, ସୁଶ୍ରୀ ବିଶ୍ଵପ୍ରଜ୍ଞା ବ୍ରହ୍ମ କୋର୍ୟଗିରେ ସ୍ବର୍ଣ୍ଣ ଓ ପୋମସାଏରେ ରୌପ୍ୟ, ଚେତନଶ୍ରୀ ବେହେରା କୋର୍ୟୁଗିରେ ସ୍ବର୍ଣ୍ଣ ଓ ପୋମସାଏ ରେ ରୌପ୍ୟ, ଶୁଭୋଜିତ୍ ପଣ୍ଡା କୋର‌୍ୟୁଗି ରେ କାଂସ୍ୟ ଓ ପୋମସାଏ ରେ ରୌପ୍ୟ ଓ ପ୍ରୀୟାଂଶୁ ପ୍ରତୀକ କଁଅର କୋର୍ୟଗିରେ କାଂସ୍ୟ ପଦକ ଓ ସର୍ବକନିଷ୍ଠ ଛାତ୍ରୀ ମାତ୍ର ୬ ବର୍ଷ ବୟସର  ସମୀକ୍ଷା ନନ୍ଦ କୋର୍ୟୁଗିରେ ସ୍ବର୍ଣ୍ଣ ଓ ପୋମସାଏରେ ରୌପ୍ୟ ମେଡାଲ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.