Fri. Aug 23rd, 2019

ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି ; ଅପରାଜିତା ଷଢଙ୍ଗୀ

1 min read
Aparajita-Sarangi-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୧) : ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି। ମହିଳା ମାନଙ୍କୁ କିପରି ଆର୍ଥୀକ ସ୍ୱାବଲମ୍ବି କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳା ମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗୀ।

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି କି, ଓଡିଶାର ୪ କୋଟି ୧୯ ଲକ୍ଷ ଜନସଂଖ୍ୟାରୁ ୫୦% ହେଉଛନ୍ତି ମହିଳା। ହେଲେ ଓଡିଶାରେ ମହିଳାମାନଙ୍କର ଆର୍ଥୀକ ସ୍ଥିତିରେ ଉନ୍ନତି ପାଇଁ ସରକାର ଯେଉଁଭଳି ଭାବରେ ଧ୍ୟାନ ଦେବା କଥା ସେପରି ଦେଇପାରିନାହାନ୍ତି। ମହିଳାମାନଙ୍କୁ କେବଳ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରିଛନ୍ତି। ମହିଳାମାନଙ୍କର ଆର୍ଥୀକ ପ୍ରଗତି ହେଉ ବା ମହିଳାମାନଙ୍କର ସ୍ୱାସ୍ଥ୍ୟ ହେଉ ବା ପରିମଳ ସବୁଥିରେ ଓଡିଶା ପଛରେ। ଦେଶରେ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ସବୁଠାରୁ ଉଦବେଗଜନକ ସ୍ଥିତିରେ ଅଛି।

Leave a Reply

Your email address will not be published. Required fields are marked *