April 18, 2024

ବାଚସ୍ପତି ଭାବେ ଦାଇତ୍ଵ ଗ୍ରହଣ କଲେ ଓମ୍ ବିର୍ଲା

1 min read

ଆଓରି-ନୂଆଦିଲ୍ଲୀ(୧୯/୦୬) : ଲୋକସଭାରେ ଏବେ ସୁମିତ୍ରା ମହାଜନଙ୍କ ସ୍ଥାନ ନେଲେ ବିଜେପି ସାଂସଦ ଓମ୍ ବିର୍ଲା । ବିଜେପି ସାଂସଦ ଓମ୍ ବିର୍ଲା ହେଲେ ଲୋକସଭା ବାଚସ୍ପତି । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓମ୍‌ଙ୍କ ନାଁ ପ୍ରସ୍ତାବ ହୋଇଥିଲା ।

ରାଜସ୍ଥାନ କୋଟା ଲୋକସଭାରୁ ନିର୍ବାଚିତ ହୋଇଥିଲେ ଓମ୍ ବିର୍ଲା । ତେବେ ଦୁଇ ଥର ଲୋକସଭା ଏବଂ ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି ଓମ୍‌ ବିର୍ଲା । କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ପରାଜୟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.