ସ୍ଵଚ୍ଛ ଇନ୍ଧନ ଯୋଗାଇ ଦେବା ପାଇଁ ଆମର ସରକାର ପ୍ରତିବନ୍ଧ ; ଧର୍ମେନ୍ଦ୍ର ପ୍ରଧାନ
1 min readଆଓରି-ନୂଆଦିଲ୍ଲୀ(୨୬/୭) : ନ୍ୟୁଜଏକ୍ସ ଏନର୍ଜି କନ ୨୦୧୮ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଦେଇ ଉପଭୋକ୍ତା, ଓଏମସି, ଊର୍ଜା ବିଶେଷଜ୍ଞ ଏବଂ ନୀତିନିର୍ମାତା ମାନଙ୍କୁ ଏକତ୍ର କରିବା ନ୍ୟୁଜଏକ୍ସ ଟିମର ଏକ ପ୍ରୟାସ ଯାହାକି ଭାରତର ଊର୍ଜା ସୁରକ୍ଷା ବର୍ତ୍ତମାନ ଏବଂ ଭବିଷ୍ୟ ବିଚାର ଉପରେ ବିନିମୟ କରାଯାଇପାରିବ ବୋଲି ବ୍ୟକ୍ତ କରିଛନ୍ତି |
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ଆମ ଦେଶର ପ୍ରାୟ ୫ଲକ୍ଷ ମହିଳା ମାନେ ଘରୋଇ ପ୍ରଦୂଷଣର ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି | କିନ୍ତୁ PMYU ଯୋଜନା ଦ୍ଵାରା ଦେଶରେ ୪କୋଟି ରୁ ଉର୍ଦ୍ଧ ମହିଳା ମାନଙ୍କୁ ଏହି ପ୍ରଦୂଷଣରୁ ରକ୍ଷା କରାଯାଇ ପାରୁଛି |ଆମର ସରକାର ଗରିବ ନାଗରିକ ମାନଙ୍କୁ ସ୍ଵଚ୍ଛ ରୋଷେଇ ଇନ୍ଧନ ଯୋଗାଇ ଦେବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |
ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଥିଲେ ଯେ ଦେଶ ସ୍ଵାଧୀନ ହେବାର ୭୦ବର୍ଷ ପରେ ମଧ୍ୟ ପ୍ରାୟ ୧୮୦୦୦ରୁ ଊର୍ଦ୍ଧ୍ଵ ଗାଁ ବିନା ବିଦ୍ୟୁତ ସଂଯୋଗ ସହ ଦିନ ବିତାଉଥିଲେ, ଯାହାକି କଳ୍ପନାତିତ | କିନ୍ତୁ କେନ୍ଦ୍ର ସରକାର ୧୬୦୦୦କୋଟି ଟଙ୍କା ଖର୍ଚ କରି ପ୍ରାୟ ୪କୋଟି ଘର ମାନଙ୍କୁ ବିଦ୍ୟୁତ ସଂଯୋଗୀକରଣ କରାଇଥିଲେ |
ଭାରତ ବିଶ୍ଵର ତୃତୀୟ ବୃହତ ବିଦ୍ୟୁତ ଉପଭୋକ୍ତା ଏବଂ ବୈଷୟିକ ଊର୍ଜା ନିବେଶ ପାଇଁ ଏକ ମହତ୍ଵପୂର୍ଣ କ୍ଷେତ୍ର | ଭାରତରେ ଥିବା କୌଶଳ ଏବେଙ୍ଗ କ୍ଷମତା ଦ୍ଵାରା ଅଦରକାରୀ ଜିନିଷ ଦ୍ଵାରା ଜୈବ-ସିଏନଜି ଓ ଜୈବ-ଡିଜେଲ ପ୍ରସ୍ତୁତ କରିପାରିବେ ବୋଲି ମୋର ଦୃଢ ଆଶା | ଆମର ନେତୃତ୍ଵ ଆଜିର ଭାରତର ସେବା କରିବା ସହ ଭବିଷ୍ୟ ପିଢି ପାଇଁ ଏକ ଦୃଢ ଢାଞ୍ଚା ପ୍ରସ୍ତୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |