April 25, 2024

ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ

1 min read

ଆଓରି-ନୂଆଦିଲ୍ଲୀ(୦୧/୦୩) : ପାକିସ୍ତାନ ଦ୍ୱାରା ବନ୍ଦୀ ହୋଇଥିବା ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ସ୍ୱେଦେଶ ଫେରୁଛନ୍ତି । ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ନେଇ ୱାଘା ବର୍ଡରରେ ପହଞ୍ଚି ସାରିଛି ।ଭାରତ, ଆମେରିକା ସମେତ ଅନେକ ଦେଶର ଚାପ ସୃଷ୍ଟି ଫଳରେ  ପାକିସ୍ତାନ ଅଭିନନ୍ଦନଙ୍କୁ  ଭାରତକୁ ହସ୍ତାନ୍ତର କରିଛି । ଅଭିନନ୍ଦନଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ଦିନ ତମାମ ଅଟାରୀରେ ଭିଡ଼ ଜମିଛି ।

ସୂଚନା ମୁତାବିକ ଅଟାରୀ ବର୍ଡରରେ ହିଁ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନ ଚାହୁଁଛି । ଅଟାରୀ ବର୍ଡରରେ ବିଟି ରିଟ୍ରିଟ୍‌ ସମରୋହରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାର ମନ୍ଦ ପ୍ରକୃତି ପାକିସ୍ତାନ ରଖିଥିଲା । ତେବେ ଭାରତ ପକ୍ଷରୁ ଏହି ସେରିମନିକୁ ରଦ୍ଦ କରିଦିଆଯାଇଛି ।

ଏଥିରେ କୌଣସି ଭାରତୀୟ ଭାବିଦାରୀ ହେବେନାହିଁ । ତେବେ ବିଟିଂ ରିଟ୍ରିଟ୍‌ ସମାରୋହରେ ଯୋଗ ଦେବାକୁ ଆସିଥିବା ବ୍ୟକ୍ତିମାନେ ଫେରି ନଯାଇ ଅଟାରୀ ବର୍ଡରରେ ଖୁସି ମନାଉଛନ୍ତି । ନିୟମ ଅନୁଯାୟୀ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମେଡିକାଲ ଚେକ୍‌ ଅପ୍‌ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହାପରେ ଭାରତକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ରହିଛି । ଅଭିନନ୍ଦନ ପହଞ୍ଚିବା ପରେ ବାୟୁସେନା ଅଧିକାରୀ ତାଙ୍କୁ ନେଇ ଅମୃତସର ଯାତ୍ରା କରିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.