April 20, 2024

ଡାକ୍ତରଙ୍କ ବଦଳରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ

1 min read
Balasore-Medical

ଆଓରି-ଭୁବନେଶ୍ଵର(୦୭/୦୮) : ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ବଦଳରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ । ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋର ଅଞ୍ଚଳରେ । ଏଠାରେ ଫାର୍ମାସିଷ୍ଟଙ୍କ ଭରେସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର । ରୋଗୀମାନଙ୍କୁ ଚିକିତ୍ସାକରୁଛନ୍ତି ଫାର୍ମାସିଷ୍ଟ । ତେବେ ଡାକ୍ତରଙ୍କ ବଦଳରେ ଫାର୍ମାସିଷ୍ଟ ଚିକିତ୍ସା କରିବା ରୋଗୀଙ୍କ ପାଇଁ କେତେ ପ୍ରଜୁଯ୍ୟ ତାହା ସ୍ପଷ୍ଟ ଅନୁମେୟ ।

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତିକି ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆରମ୍ଭ ହୋଇଛି । ହେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଥିବାରୁ ସ୍ୱାସ୍ଥ୍ୟ ସେବା ଏକ ରକମ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନେକ ସ୍ଥାନରେ ଡାକ୍ତରଖାନା ରହିଛି ହେଲେ ସେଠାରେ ଡାକ୍ତର ନାହାନ୍ତି । ରୋଗୀ ଚିକିତ୍ସା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି । ଏମିତିକି ବିଭିନ୍ନ ସମୟରେ ଡାକ୍ତରଖାନାରେ ତାଲା ମଧ୍ୟ ଝୁଲୁଥିବା ଦେଖାଯାଇଛି ।

ଏଭଳି ଅବ୍ୟବସ୍ଥା ଘେରରେ ରହିଛି ବାଲେଶ୍ୱର ସୋର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର । ସୋର ବ୍ଲକରେ ଥିବା ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର ବ୍ଲକ ସମେତ ଆଖ ପାଖ ୪ଟିି ବ୍ଲକ ଯଥା- ସିମିଳିଆ, ଖଇରା, ଔପଦା, ବାହାନଗାର ଲୋକମାନେ ନିର୍ଭର କରନ୍ତି ।


Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.