ଚାଷୀଙ୍କ ଆୟ କିଭଳି ହେବ ଦୁଇଗୁଣ ; ଆଲୋଚନା କଲେ ପ୍ରଧାନମନ୍ତ୍ରୀ


ଆଓରି-ନୂଆଦିଲ୍ଲୀ(୨୦/୬) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଭିଡିଓ ବ୍ରିଜ କାର୍ୟ୍ୟକ୍ରମ ଜରିଆରେ ସାରାଦେଶର ଚାଷୀଙ୍କ ସହ ଆଲୋଚନା କରିଛନ୍ତି।  ଦୂରଦର୍ଶନ, ଡିଡି କିଷାନ ଏବଂ ଆକାଶବାଣୀ ମାଧ୍ୟମରେ ମଧ୍ୟ ଏହି ମତ ବିନିମୟ କାର୍ୟ୍ୟକ୍ରମ ସିଧାସଳଖ ପ୍ରସାରଣ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚାଷୀମାନଙ୍କଠାରୁ ସେମାନଙ୍କର ମତ, ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ଶୁଣୁଛନ୍ତି।  ମତ ବିନିମୟ କାଳରେ ଚାଷୀଙ୍କ ଆୟ କିଭଳି ଦୁଇଗୁଣ କରାଯାଇପାରିବ ସେଥିନେଇ ମଧ୍ୟ ପ୍ରତ୍ୟକ୍ଷ ବିଚାର ବିମର୍ଶ ହେବ। ଏଥିଲାଗି କୃଷି ବିଜ୍ଞାନ କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଆଦି ସ୍ଥାନରେ ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରୁଛନ୍ତି। ଏହାଛଡା “ନରେନ୍ଦ୍ର ମୋଦୀ ଆପ୍” ଜରିଆରେ ମଧ୍ୟ ଜନସାଧାରଣ ମତ ବିନିମୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି।