ଆସନ୍ତା ଫେବ୍ରୁଆରିରେ ୫୦ଟି ରାଲିରେ ଉଦ୍ବୋଧନ ଦେବେ ନରେନ୍ଦ୍ର ମୋଦି
1 min readଆଓରି-ନୂଆଦିଲ୍ଲୀ(୧୩/୭) : ୨୦୧୯ ଲୋକସଭା ନିର୍ବାଚନ ଉପରେ ଧ୍ୟାନ ଦେଇ ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଶତାଧିକ ନିର୍ବାଚନ ମଣ୍ଡଳୀ ବେଷ୍ଟନ କରୁଥିବା ୫୦ଟି ରାଲିରେ ଉଦ୍ବୋଧନ ଦେବେ। ବିଜେପି ମୁଖ୍ୟ ଅମିତ ଶାହା, ବରିଷ୍ଠ ନେତା ରାଜନାଥ ସିଂହ ଏବଂ ନୀତିନ ଗଡ଼କରି ପ୍ରତ୍ୟେକ ୫୦ଟି ଲେଖାଏଁ ରାଲିରେ ଉଦ୍ବୋଧନ ଦେବେ।
ଦଳର ପ୍ରଚାର ଅଭିଯାନ ପାଇଁ ଏହି ରାଲିଗୁଡ଼ିକ ଭୂମି ପ୍ରସ୍ତୁତି କରିବ ବୋଲି ଯୋଜନା କରାଯାଇଛି। ପ୍ରତି ରାଲି ୨ରୁ ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ସାମିଲ୍ କରିବା ଭଳି ଢାଞ୍ଚାରେ ପ୍ରସ୍ତୁତି କରାଯାଇଛି।