April 16, 2024

ତୃତୀୟ ଫ୍ୟୁଚର ଉନଭେଷ୍ଟମେଣ୍ଟ ଇନିଶିଏଟିଭ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସାଉଦି ଆରବର ଗସ୍ତରେ ନରେନ୍ଦ୍ର ମୋଦୀ

1 min read
PM Modi to embark on two-day visit to Saudi Arabia today-Aajira-Odisha

ଆଓରି-ନୂଆଦିଲ୍ଲୀ(୨୮/୧୦) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଉଦି ଆରବର ଦୁଇ ଦିନିଆ ଗସ୍ତରେ  ଯିବେ । ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ  ସାଉଦୀ ଆରବର ପବ୍ଲିକ ଉନଭେଷ୍ଟମେଣ୍ଟ ଫଣ୍ଡ ଓ ଆସନ୍ତା କାଲି ଅର୍ଥାତ ୨୯ରୁ ୩୧ ଅକ୍ଟୋବର ମଧ୍ୟରେ ହେବାକୁ ଥିବା  ତିନି ଦିବସୀୟ କାର୍ଯ୍ୟକ୍ରମରେ ଭାଗ ନେବେ । କାଶ୍ମୀରକୁ ଗ୍ଲୋବାଲ ଇସ୍ୟୁ  କରିବାର ଚେଷ୍ଟା କରୁଥିବା ପାକ୍‌ ଓ ଦେଶରେ ଆର୍ଥିକ ମନ୍ଦୀ ପ୍ରଭୃତି ବିଷୟରେ ଆଲୋଚନା କରିବା ଥିବାରୁ ମୋଦିଙ୍କ ଏହି  ଯାତ୍ରାକୁ ବହୁ ଗୁରୁତ୍ୱପୂର୍ଣ୍ଣ  କୁହାଯାଉଛି

ତେବେ ଆରବ ଗସ୍ତରେ ଯିବା ମୋଦିଙ୍କ ଏହା ଦ୍ୱିତୀୟ ଥର । ସଉଦୀ ଆରବର ରିୟାଦ ଶହରରେ ହେବାକୁ ଥିବା ତୃତୀୟ ଫ୍ୟୁଚର ଉନଭେଷ୍ଟମେଣ୍ଟ ଇନିଶିଏଟିଭ (ଏଫଆଇଆଇ) ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ସୁଉଦୀର ନିତି ନିର୍ମାତାମାନେ  ଓ ବିଶ୍ୱର ବ୍ୟାପାରିକ ପ୍ରତିନିଧିମାନଙ୍କ ସାମ୍ନାସାମ୍ନି ହେବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.