April 18, 2024

ଗ୍ଲୋବାଲ ଗୋଲକିପର ଆୱାର୍ଡରେ ସମ୍ମାନିତ ହେଲେ ନରେନ୍ଦ୍ର ମୋଦି

1 min read
PM Narendra Modi awarded as Global Goalkeeper Award-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୦୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ବିଲ୍ ଆଣ୍ଡ୍ ମିଲିନ୍ଦା ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ ହିତକର ପ୍ରକଳ୍ପ ‘ସ୍ୱଚ୍ଛ ଭାରତ ଅଭିଯାନ’ କୁ ପ୍ରଶଂସା କରି ଫାଉଣ୍ଡେସନର ଚେୟାରମ୍ୟାନ ବିଲ୍‌ ଗେଟ୍ସ୍ ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଲେ, ସେ ଏହି ସମ୍ମାନକୁ କୋଟି କୋଟି ଭାରତୀୟମାନଙ୍କୁ ସମର୍ପିତ କରୁଛନ୍ତି । ଯେଉଁମାନେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଓ ଏହାକୁ ସଫଳ କରିବାରେ ସମସ୍ତ ପ୍ରୟାସ କରିଛନ୍ତି ।

ସୂଚନାଯୋଗ୍ୟ ବିଗତ ୫ ବର୍ଷ ମଧ୍ୟରେ ଦେଶରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ଆଉ ମହିଳା ମାନଙ୍କୁ ଶୈଚ ପାଇଁ ବାହାରକୁ ଯିବାକୁ ପଡୁନାହିଁ ।  ଏହି ଯୋଜନାରୁ ଦେଶର ଗରିବ ଓ ମହିଳାଙ୍କୁ ଅଧିକ ଲାଭ ହୋଇପାରିଛି । ସ୍ୱଚ୍ଛ ଭାରତ ପାଇଁ ୩ଲକ୍ଷ ଜୀବନ ସୁରକ୍ଷିତ ହୋଇପାରିଛି । ଏହି ସ୍ୱଚ୍ଛତା ପାଇଁ ରୋଗ ମୁକ୍ତ ପରିବେଶ ସୃଷ୍ଟି ହୋଇପାରିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.