Wed. Jul 17th, 2019

ଜୟପୁର ନିର୍ବାଚନୀ ସଭାରେ ଯୋଗଦେଇ ବିରୋଧୀ ମାନଙ୍କୁ ସମାଲୋଚନା କଲେ ନରେନ୍ଦ୍ର ମୋଦି

1 min read

ଆଓରି-ଭୁବନେଶ୍ଵର(୨୯/୦୩) : ଶୁକ୍ରବାର ଦିନ କୋରାପୁଟରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ନିମନ୍ତେ ଭୋଟ୍‌ ନିବେଦନ କରିବା ସହ ବିରୋଧୀ ଦଳମାନଙ୍କୁ ସମାଲୋଚନା କରି ଗତ ମାସରେ ଭାରତୀୟ ବାୟୁସେନାର ବାଲାକୋଟ୍‌ ଆକ୍ରମଣ ଏବଂ ମିସନ୍‌ ଶକ୍ତିର ସଫଳତା କଥା କହିଛନ୍ତି।

ସେ କହିଛନ୍ତି, ମାସେ ବିତିଗଲାଣି, ତଥାପି ପାକିସ୍ତାନ ଶବ ଗଣୁଛି, କିନ୍ତୁ ଆମ ବିରୋଧୀମାନେ ବାଲାକୋଟ୍‌ ଆକ୍ରମଣର ପ୍ରମାଣ ଖୋଜୁଛନ୍ତି। ଭାରତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ବେଳେ ଏଠାରେ କେତେକ ପ୍ରମାଣ ମାଗୁଛନ୍ତି। ଯେଉଁମାନେ ଆମ ସେନା ଏବଂ ଓ ବୈଜ୍ଞାନିକମାନଙ୍କୁ ଅପମାନ ଦେଉଛନ୍ତି, ସେମାନଙ୍କୁ ଶିକ୍ଷା ଦେବା କ’ଣ ଅନୁଚିତ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ ଜୟପୁରରେ ଆସି ପହଞ୍ଚିଛନ୍ତି । ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁରରେ ଆସି ପହଞ୍ଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ । ଏହାପରେ ସେ ସ୍ଥାନୀୟ ଏକମ୍ବା ପଡିଆରେ କର୍ମୀଙ୍କୁ ଉଦବୋଧନ ଦେବେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଓଡିଶାର ଜୟପୁରରୁ ମୋଦି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ବୁଧବାର ଦିନ ମିସନ୍‌ ଶକ୍ତି ଅଭିଯାନରେ ଡିଆର୍‌ଡିଓ ମହାଶୂନ୍ୟରେ ଗୋଟାଏ କୃତ୍ରିମ ଉପଗ୍ରହକୁ କ୍ଷେପଣାସ୍ତ୍ର ନିକ୍ଷେପକରି ଖସାଇ ଦେବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଫଳତା ଯୋଗୁଁ ଭାରତ ଏଭଳି କ୍ଷମତାସମ୍ପନ୍ନ ସ୍ୱଳ୍ପ କେତୋଟି ଦେଶ ସହ ସମକକ୍ଷ ହୋଇ ପାରିଛି ।  ଆମେ ଏବେ ମହାକାଶର ଚୌକିଦାର ମଧ୍ୟ ହୋଇ ପାରିଛୁ ବୋଲି କହିଛନ୍ତି ଶ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଶାର ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ହିଟ୍‌ ଟୁ କିଲ୍‌’ ମୋଡ୍‌ରେ ଲୋ ଆର୍ଥ ଅର୍ବିଟ୍‌ରେ ପରିକ୍ରମା କରୁଥିବା ଏକ କୃତ୍ରିମ ଉପଗ୍ରହକୁ ଆଣ୍ଟି-ସାଟେଲାଇଟ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରି ଡିଆର୍‌ଡିଓର ବୈଜ୍ଞାନିକମାନେ ଖସାଇ ଦେଇଥିଲେ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.