April 20, 2024

ଅର୍ଥବ୍ୟବସ୍ଥାର ସମୀକ୍ଷା ପାଇଁ ନିଷ୍ପତ୍ତି ନେଲେ ନରେନ୍ଦ୍ର ମୋଦି

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୫/୯) : ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ବିଦେଶରୁ ଋଣ ଆଣିବାର ନିୟମକୁ କୋହଳ କରିଥିବାବେଳେ ଅଣ ଆବଶ୍ୟକ ଆମଦାନୀ ଉପରେ କଟକଣା ଲାଗୁ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବ୍ୟବସ୍ଥାର ସମୀକ୍ଷା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲେ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ନୂଆ ନିଷ୍ପତ୍ତିର ଉଦ୍ଦେଶ୍ୟ ଚାଲୁ ଖାତାରେ କ୍ଷତି ଉପରେ ଅଙ୍କୁଶ ଲଗାଇବା, ବିଦେଶୀ ମୁଦ୍ରା ପ୍ରବାହ ବଢାଇବା, ରପ୍ତାନୀକୁ ପ୍ରୋତ୍ସାହନ ଦେବା ଓ ଅନାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ଅଙ୍କୁଶ ଲଗାଇବ। ତେବେ କେଉଁ ସାମଗ୍ରୀ ଆମଦାନୀ ଉପରେ କଟକଣା ଜାରି କରାଯିବ ତାହା ଜେଟଲୀ ସ୍ପଷ୍ଟ କରିନାହାନ୍ତି। ବିଭାଗୀୟ ମନ୍ତ୍ରାଳୟ ସହ ବିଚାର ବିମର୍ଶ ପରେ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.