April 20, 2024

କାନପୁରରେ ଗଙ୍ଗାର ସ୍ୱଚ୍ଛତାକୁ ନେଇ ଆଲୋଚନା କଲେ ନରେନ୍ଦ୍ର ମୋଦି

1 min read
PM-Narendra-Modi-in-Kanpur-Aajira-Odisha

ଆଓରି-ନୂଆଦିଲ୍ଲୀ(୧୪/୧୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କାନପୁରରେ ପହଞ୍ଚିଛନ୍ତି । କାନପୁରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ସ୍ୱାଗତ କରିଥିଲେ ।  ପିଏମ ମୋଦି ଆଜି ଏଠାରେ ଗଙ୍ଗା ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକଳ୍ପ, ସଂରକ୍ଷଣ ଓ ପ୍ରବନ୍ଧନର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକ ଏଠାର ଚନ୍ଦ୍ରଶେକର ଆଜାଦ କୃଷି ବିଶ୍ୱବିଦ୍ୟାଳୟ  ପରିସରରେ କରାଯାଇଛି ।

ବୈଠକରେ ଦୁଇଟି ରାଜ୍ୟ  ୟୁପି ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାର, ୟୁପି ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ  ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ବ୍ୟତିତ ଗଙ୍ଗା କୂଳ ସ୍ଥିତ ସମସ୍ତ 5 ରାଜ୍ୟର ମନ୍ତ୍ରୀ ମୁଖ୍ୟ ସଚିବ ଓ ଏନଏମସିଜିର ମହାନିର୍ଦ୍ଦେଶକ ରାଜିବ ରଞ୍ଜନ ମିଶ୍ରଙ୍କ ସମେତ 40ରୁ ଅଧିକ ମୁଖ୍ୟ ଲୋକ ଉପସ୍ଥିତ ରହିଛନ୍ତି ।  ଗଙ୍ଗାକୁ ନିର୍ମଳ ଓ ନିରବଚ୍ଛିନ କରିବା ପାଇଁ  ଏପର୍ଯଯନ୍ତ ହୋଇଥିବା ସମସ୍ତ କାର୍ଯ୍ୟ ଉପରେ ସମୀକ୍ଷା କରିବେ ମୋଦି । ଆସୁଥିବା ସମୟରେ ଗଙ୍ଗାକୁ ସ୍ୱଚ୍ଛ ଓ ତାର କୂଳକୁ ସୁନ୍ଦର କରିବା ପାଇଁ କଣ କଣ କରାଯାଇପାରିବ ସେନେଇ  କାର୍ଯ୍ୟଜୋଯନା ପ୍ରସ୍ତୁତ ମଧ୍ୟ କରାଯିବ ।  ଏହି ବୈଠକ ଶନିବାର  ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.