April 20, 2024

ଫୋନି ପ୍ରକୋପରେ ଓଡ଼ିଶାର କ୍ଷୟକ୍ଷତି ପାଇଁ ନିଜ ପକ୍ଷରୁ ସହଯୋଗର ହାତ ବଢାଇଲେ ନରେନ୍ଦ୍ର ମୋଦି

1 min read
Narendra-Modi-Discussed-about-Cyclone-Fani-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୫) : ଓଡ଼ିଶାରେ ଫୋନି ରଚିଛି ତାଣ୍ଡବ । ଅଧା ରାଜ୍ୟ ଛାର୍‌ଖାର୍‌ କରିଦେଇଛି । ଫୋନି ପ୍ରକୋପରେ ଓଡ଼ିଶାର କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ  ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କା ସହଯୋଗ ମିଳି ସାରିଥିବା ବେଳେ ଏବେ ପୁଣି ନିଜ ଆଡ଼ୁ ସହଯୋଗର ହାତ ବଢାଇଛନ୍ତି କେନ୍ଦ୍ର ସରକାର । ତେବେ ଓଡ଼ିଶାର ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଜ୍ୟରେ ଯେଉଁଠି ଯେକୌଣସି କ୍ଷେୟ କ୍ଷତି ହୋଇଛି ସବୁ ସ୍ଥାନରେ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ରାଜ୍ୟପାଳ ଗଣେଶି ଲାଲ୍‌ଙ୍କ ସହ ମଧ୍ୟ ଫୋନି ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାର ଭାଇ ଓ ଭଉଣୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.