ସିକ୍କିମ୍ର ପ୍ରଥମ ବିମାନବନ୍ଦର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
1 min readଆଓରି-ନୂଆଦିଲ୍ଲୀ(୨୫/୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମ୍ର ପ୍ରଥମ ଏବଂ ଏକମାତ୍ର ବିମାନବନ୍ଦର ଉଦ୍ଘାଟନ କରିଛନ୍ତି । ୯ ବର୍ଷ ପୂର୍ବେ ଏହି ବିମାନ ବନ୍ଦରର ଶିଳାନ୍ୟାସ ହୋଇଥିଲା। ଗ୍ୟାଙ୍ଗଟକ୍ଠାରୁ ୩୩ କିମି ଦୂରରେ ଅବସ୍ଥିତ ଏହି ଗ୍ରିନଫିଲ୍ଟ ପାକୟଙ୍ଗ୍ ବିମାନବନ୍ଦର ହେତୁ ରାଜ୍ୟରେ ଯୋଗାଯୋଗ ସୁଦୃଢ଼ ହୋଇପାରିବ ଏବଂ ପର୍ଯ୍ୟଟନ ମଧ୍ୟ ଅଧିକ ମଜବୁତ ହେବ। ଆସନ୍ତା ୪ ତାରିଖରୁ ଏହି ବିମାନ ବନ୍ଦରରୁ ବାଣିଜ୍ୟିକ ବିମାନ ଉଡ଼ାଣ କରିବ।