April 16, 2024

୩୦୦ ଗରିବ ପିଲାଙ୍କୁ ନିଜ ହାତରେ ଖାଇବା ପରସିଲେ ପ୍ରଧାନମନ୍ତ୍ରୀ

1 min read
PM-Narendra-Modi-Serve-Food-Aajira-Odisha

 ଆଓରି-ଭୁବନେଶ୍ଵର(୧୧/୦୨) : ସୋମବାର ଉତ୍ତରପ୍ରଦେଶର ବୃନ୍ଦାବନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେଇ ଗରିବ ସ୍କୁଲ ପିଲାଙ୍କୁ  ନିଜ ହାତରେ ଖାଦ୍ୟ ପରସିଛନ୍ତି । ପାଖାପାଖି ୩୦୦ ଗରିବ ପିଲାଙ୍କୁ ମୋଦି ନିଜ ହାତରେ ଖାଦ୍ୟ ପରସିଛନ୍ତି ।

ବୃନ୍ଦାବନାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଏଥିରେ ସେ ଗରିବ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ପରସିବା ସହ ନିଜ ହାତରେ କୁନିକୁନି ପଲାଙ୍କୁ ଏହା ଖୁଆଇଥିଲେ। ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ସରକାରୀ ସ୍କୁଲରେ ସରକାରଙ୍କ ସହାୟତାରେ ମିଡ୍‌ଡେ ମିଲ ବଣ୍ଟନ କରିଥାଏ। ସୋମବାର ଫାଉଣ୍ଡେସନ ପକ୍ଷରୁ ଲୋକଙ୍କ ପାଖକୁ ୩କୋଟିରୁ ଅଧିକ ଥାଳି ପହଞ୍ଚାଇବା ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉପରେ ମୋଦି ଜୋର ଦେଇଛନ୍ତି । ଖାଦ୍ୟପାନୀୟ, ଟୀକାକରଣ ଓ ସ୍ୱଚ୍ଛତା ବାଲ୍ୟ ସୁରକ୍ଷାର ୩ଟି ସୂତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟୀକାକରଣ ଅଭିଯାନ ମିଶନ ମୋଡରେ କାମ କରୁଛି ବୋଲି ଏହି ଅବସରରେ ମୋଦି କହିଛନ୍ତି । ମିଶନ ଇନ୍ଦ୍ରଧନୂଷରେ ପାଖାପାଖି ୩ କୋଟି ୪୦ଲକ୍ଷ ଶିଶୁ ଓ ୯୦ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୋଦି କୁନିକୁନି ପିଲାଙ୍କୁ ଖାଦ୍ୟ ପରସିବା ପରେ ଜନସଭାକୁ ସମ୍ବୋଧିତ କରିଥିଲେ। ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସରକାର ସବୁବେଳେ ତତ୍ପରତା ଦେଖାଇବା ସହ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି। ତେବେ ଶକ୍ତିଶାଳୀ ଭାରତ ଗଠନ ପାଇଁ ପୁଷ୍ଟିକର ଓ ସୁସ୍ଥ ପରିବେଶ ଜରୁରୀ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାଜ୍ୟପାଳ ରାମ ନାଇକ ଓ ଏମ୍‌ପି ହେମା ମାଳିନୀ ମଧ୍ୟ ସାମିଲ ହୋଇଥିଲେ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.