April 16, 2024

ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କଲେ ନରେନ୍ଦ୍ର ମୋଦୀ

1 min read
PM-Narendra-Modi-In-Punjab-Aajira-Odisha

ଆଓରି-ନୂଆଦିଲ୍ଲୀ(୦୩/୦୧) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଞ୍ଜାବ ଗସ୍ତରେ ଅଛନ୍ତି । ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନୀ ବର୍ଷର ପ୍ରଥମ ରାଲିରେ ମୋଦୀ କଂଗ୍ରେସ ଉପରେ ହମଲା କରିଛନ୍ତି । ଏମାନଙ୍କ ଇତିହାସ ରାଷ୍ଟ୍ରୀୟ ସୁରକ୍ଷା ସହ ଖେଳ ଖେଳିବା ସହିତ ଜଡ଼ିତ । ଏହି ଲୋକମାନେ ଦଙ୍ଗାର ଅଭିଯୁକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପୁରସ୍କାର ଦେଉଛନ୍ତି । ୧୯୮୪ ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତମାନଙ୍କୁ ସାଧୁ ବୋଲି ଦର୍ଶାଇ ମାମଲା ଚାପି ଦିଆଯାଇଥିଲା ବୋଲି ମୋଦୀ ଅଭିଯୋଗ କରିଛନ୍ତି ।

ପ୍ରଥମେ କଂଗ୍ରେସ ଗରିବ ହଟାଓ ନାଁରେ ଆଉ ଏବେ ଋଣ ଛାଡ଼ ନାଁରେ ଲୋକଙ୍କୁ ଠକୁଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଜଳନ୍ଧରସ୍ଥିତ ଲଭଲୀ ପ୍ରଫେସିଓନାଲ ୟୁନିଭର୍ସିଟିରେ ଆୟୋଜିତ ୧୦୬ତମ ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସର ଉଦଘାଟନ କରିଥିଲେ ମୋଦୀ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ମାଦି ୨୦ ରାଜ୍ୟରେ ୧୦୦ ରାଲି କରିବାର ଯୋଜନା ରହିଛି । ୨୦୧୭ ପଞ୍ଜାବର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଆପ୍‌ ପରେ ବିଜେପି-ଅକାଳୀ ମେଣ୍ଟ ତୃତୀୟ ନମ୍ବରରେ ଥିଲା । ଗ୍ରାମୀଣ ଅଞ୍ଚଳରେ ଅକାଳୀ ଦଳର ଦବଦବା ରହିଛି । ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ବିଜେପି ପଞ୍ଜାବରେ କମଜୋର ହୋଇପଡ଼ିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.