April 20, 2024

ଓଡ଼ିଶା ଗସ୍ତରେ ଆସି ବାତ୍ୟା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

1 min read

ଆଓରି-ଭୁବନେଶ୍ଵର(୦୬/୦୫) : ବାତ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ପହଞ୍ଚିଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୋଦି ଆଜି ସକାଳେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ କରିଥିଲେ । ଓଡିଶାରେ ପ୍ରଳୟଙ୍କକାରୀ ଝଡ ଫୋନି ରଚିଥିବା ତାଣ୍ଡବର ସମୀକ୍ଷା କରିବେ ମୋଦି । ପରେ ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବେ ମୋଦି । ସମସ୍ତ ଅଧିକାରୀମାନେ ମୋଦିଙ୍କୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ ।
ବାତ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ପହଞ୍ଚିଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୋଦି ଆଜି ସକାଳେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ କରିଥିଲେ । ଓଡିଶାରେ ପ୍ରଳୟଙ୍କକାରୀ ଝଡ ଫୋନି ରଚିଥିବା ତାଣ୍ଡବର ସମୀକ୍ଷା କରିବେ ମୋଦି । ପରେ ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବେ ମୋଦି । ସମସ୍ତ ଅଧିକାରୀମାନେ ମୋଦିଙ୍କୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ ।

ଫୋନି ପରିସ୍ଥିତିର ସମୀକ୍ଷା ପରେ ମୋଦି ହଜାରେ କୋଟି ସହାୟତା ରାଶି ସହିତ ଆହୁରି ଘୋଷଣା କରିଛନ୍ତି । ରାଜ୍ୟକୁ ମ୍ୟାନ୍, ମନି ଓ ମେସିନ ସବୁ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି । ମୃତକଙ୍କ ପାଇଁ ୨ଲକ୍ଷ ଆହତଙ୍କ ପାଇଁ 50ହଜାର ସହାୟତା ରାଶି କେନ୍ଦ୍ର ସରକାର ଯୋଗାଇ ଦେବେ ।

ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଫୋନି ପାଇଁ ୩୪୦ କୋଟି ସହାୟତା ଘୋଷଣା କରିଥିଲେ । ଫୋନି ଆସିବା ପୂର୍ବରୁ ଏହି ଘୋଷଣା କରାଯାଇଥିଲା । ତେବେ ଆଜି ପ୍ରଧାନମନ୍ତ୍ରୀ ପରିସ୍ଥିତିର ଅନୁଧ୍ୟାନ କରି ପୁଣି ୧୦୦୦ କୋଟିର ସହାୟତା ଘୋଷଣା କରିଛନ୍ତି ।


Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.