April 19, 2024

ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯୋଗାଇବେ ଶସ୍ତାରେ ଏସି

1 min read

ଆଓରି-ଭୁବନେଶ୍ଵର:(୨୮/୦୫) ଡହ ଡହ ଖରାରେ ସମସ୍ତେ ଅସ୍ତବ୍ୟସ୍ତ I ବାହାରେ ପ୍ରବଳ ଗରମ କୁ ଘର ଭିତରେ ବି ରହିହେଉନି I ଧନୀ ଲୋକମାନେ ଘର ଭିତରେ ଏସି ଲଗାଇ ଆରାମ ରେ ରହୁଥିବା ବେଳେ ହଇରାଣ ହେଇଥାନ୍ତି ସାଧାରଣ ଲୋକମାନେ I ଯଦିଓ କେହି କେହି ଏସି କିଣିଆଣିଥାନ୍ତି ତେବେ ଏହାଠୁ ଅଧିକ ପଡିଥାଏ ବିଦ୍ୟୁତ ବିଲ୍ I ନିକଟରେ ସାରା ଭାରତରେ ମୋଦି ସରକାର ଙ୍କ ସରକାର କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ,ଏସି କୁ ନେଇକି ମୋଦି ଆଣିଛନ୍ତି ବଡ ଉପହାର I ବଜାର ରେ ମିଳୁଥିବା ଏସି ଠାରୁ ବହୁତ ଶସ୍ତା ଏବଂ ଅଳ୍ପ ବିଦ୍ୟୁତ ଉପଯୋଗୀ ଏସି ଯୋଗାଇଦେବାକୁ EESL କମ୍ପାନୀ ସହିତ ବୁଝାମଣା କରିଛନ୍ତି I

ଏଠାରେ ଆମେ କହିରଖୁଛୁ କି EESL ହେଉଛି ସେହି କମ୍ପାନୀ ଯିଏକି ସବୁଠୁ ଶସ୍ତା LED ବଲ୍ବ ଯୋଗାଇଦେଇଥିଲା I ବଲ୍ବ ସହିତ , ଟ୍ୟୁବଲାଇଟ ଏବଂ ଅଳ୍ପ ବିଦ୍ୟୁତ ବ୍ୟବହାର କରୁଥିବା ଫ୍ୟାନ ବଜାର କୁ ଛାଡିଥିଲା ପ୍ରତ୍ୟକ Discom କମ୍ପାନୀ ସହିତ ମିଶିକି I ପୁନର୍ବାର କମ୍ପାନୀ ଏବେ ଲୋକଙ୍କ ଅତ୍ୟଧିକ ଗରମ ରୁ ରକ୍ଷା ପାଇଁ ଏସି ଲଞ୍ଚ କରିବାକୁ ଯାଉଛି I

କଣ ଏହାର ବିଶେଷ୍ୟତ୍ୱ :ଏସି ର ପ୍ରମୁଖ ସମସ୍ୟା ହେଉଛି ବିଦ୍ୟୁତ ବିଲ୍,କିନ୍ତୁ ଏହାକୁ EESL ଏପରି ଭାବରେ ନିର୍ମାଣ କରିଛି ଯେ ଆପଣଙ୍କ ବିଦ୍ୟୁତ ବିଲ୍ ରେ ଏହା ଜମା ସମସ୍ୟା ସୃଷ୍ଟି କରିବନି,ବହୁତ କମ ବିଦ୍ୟୁତ ଏହା ବ୍ୟବହାର କରିବ I ପାଖାପାଖି 35/40 % ବିଦ୍ୟୁତ ବିଲ୍ ଏହା କମାଇବା ରେ ସାହାଯ୍ୟ କରିବ I

ଏହା ଛଡା ବଜାରରେ ମିଳୁଥିବା ସାଧାରଣତଃ ଅନ୍ୟ କମ୍ପାନୀର ଏସି ଠାରୁ ବହୁତ ଶସ୍ତା ,ଅନ୍ୟ କମ୍ପାନୀ ର ଏସି ଅତି କମ ରୁ 25ହଜାର ରୁ ଆରମ୍ଭ ହେଉଥିବା ବେଳେ EESL ଏବଂ ମୋଦିଙ୍କ ମିଳିତ ବୁଝାମଣା ଅନୁଯାଇ ବଜାର ମୂଲ୍ୟ ଠାରୁ 15/20 % ଶସ୍ତାରେ ଏସି ଯୋଗାଇଦିଆଯିବ I ଆଗାମୀ ଖରାଦିନ କୁ ଲକ୍ଷ ରଖି ଏହାର ବଜାର ପ୍ରବେଶ କରାଯାଉଥିଲେ ମଧ୍ୟ ଆସନ୍ତା ଜୁଲାଇ ମାସରୁ ଅନଲାଇନ ରେ ଏହା ଉପଲବ୍ଧ ହେବ I

ଘରେ ବସି ଆପଣ ଅନଲାଇନ ରେ ଏହାକୁ ମଗେଇପାରିବେ ,ଏବଂ ମାତ୍ର 24ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ହୋମ୍ ଡେଲିଭରି ହେଇଯିବ ବୋଲି ପ୍ରକାଶ କରାଯାଇଛି I

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.