April 20, 2024

ନଭେମ୍ବର ୨୨ରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଶିଳାନ୍ୟାସ କରିବେ ନରେନ୍ଦ୍ର ମୋଦୀ

1 min read
Narendra-Modi-Aajira-Odisha

ଆଓରି-ଭୁବନେଶ୍ଵର(୨୦/୧୧) : ଚଳିତ ମାସ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଶିଳାନ୍ୟାସ କରିବେ। ସମଗ୍ର ଦେଶର ୬୩ଟି ଜିଓଗ୍ରାଫିକାଲ ଏରିଆରେ ସିଜିଡି ପ୍ରକଳ୍ପ ଆରମ୍ଭ ହେଉଥିବା ବେଳେ ଓଡିଶାରେ ୭ଟି ଜିଓଗ୍ରାଫିକାଲ ଏରିଆ ରହିଛି । ଯେଉଁଥିରେ ୧୭ଟି ଜିଲ୍ଲାକୁ ସାମିଲ କରାଯାଇଛି । ଆସନ୍ତା ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାର ବିତରଣ କାର୍ଯ୍ୟ ଭାରତ ଗ୍ୟାସ୍ ରିସୋର୍ସ ଲିମିଟେଡ ନେଇଛି । ୮ବର୍ଷରେ ଏହି କମ୍ପାନୀ କାର୍ଯ୍ୟ କରିବ । ଦୁଇଟି ଜିଲ୍ଲାରେ ୨୧ଟି ସିଏନଜି ଷ୍ଟେସନ ୨୨୬୦୦ ଘରୋଇ ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ୩୬୪ କୋଟିର ବ୍ୟୟ ଅଟକଳ ରହିଛି । ଏହି ପ୍ରକଳ୍ପ ଜରିଆରେ ହିତାଧିକାରୀମାନେ ସହଜରେ ଗ୍ୟାସ୍ ପାଇପାରିବେ ।

ଓଡ଼ିଶାରେ ଯେଉଁ ୭ଟି ଜିଓଗ୍ରାଫିକାଲ ଏରିଆରେ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଶିଳାନ୍ୟାସ ହେବ ସେଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ ନୟାଗଡ଼ ପୁରୀ, ଜଗତସିଂହପୁର ଓ କେନ୍ଦ୍ରପଡ଼ା ସାମିଲ ରହିଛି । ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ଅଞ୍ଚଳବାସୀ ପରିବେଶ ଅନୁକୂଳ ଗ୍ୟାସ ପାଇପାରିବେ ବୋଲି କମ୍ପାନି ଗୁଡିକ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.