April 19, 2024

ଫୁଟପାଥରେ ରହୁଥିବା ପିଲାଙ୍କ ପାଇଁ ପୁଲିସ ଆରମ୍ଭ କଲା ଶିକ୍ଷାଦାନ ବ୍ୟବସ୍ଥା

1 min read

ଆଓରି-ଅହମଦାବାଦ(୨୧/୦୮): କୁହାଯାଏ ଶିକ୍ଷାଗ୍ରହଣ ମଣିଷକୁ ଜୀବନ ବଢ଼ିବାରେ ନୂଆ ଦିଗ ଦେଇଥାଏ | ତେବେ ଯେଉଁ ପିଲାମାନେ ଆର୍ଥିକ କ୍ଷେତ୍ରରେ ସେତେଟା ସ୍ଵଛଳ ନଥାନ୍ତି ସେମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢ଼ିପାରିନଥାନ୍ତି | ସେହିପରି ପିଲାମାନଙ୍କ ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇପାରିନଥାନ୍ତି | ଏସବୁକୁ ଦେଖି ଅହମଦାବାଦ ଟ୍ରାଫିକ ପୁଲିସ ପକ୍ଷରୁ ନିଆଯାଇଛି ଏକ ସୁନ୍ଦର ପଦକ୍ଷେପ | ଫୁଟପାଥରେ ରହୁଥିବା ପିଲାମାନଙ୍କୁ ଶିକ୍ଷାଦାନ ଦେବା କାମରେ ଏବେ ଲାଗିପଡିଛନ୍ତି ପୁଲିସ ଅଧିକାରୀ |

ପୁଲିସ ପାଠଶାଳା ନାମରେ ନାମିତ ଏହି ନୂଆ ଯୋଜନା ମାଧ୍ୟମରେ ପ୍ରାୟ ୧୫୦ରୁ ୨୦୦ ଜଣ ପିଲାଙ୍କୁ ନିୟମିତ ଶିକ୍ଷାଦାନ ଦିଆଯାଉଛି | ସମ୍ପୂର୍ଣ୍ଣ ମୁକ୍ତ ଭବରେ ସହରର ୩ଟି କେନ୍ଦ୍ରରେ ପିଲାମାନଙ୍କୁ ଟ୍ରାଫିକ ପୁଲିସର ଅଧିକାରୀମାନେ ପାଠ ପଢ଼ାଉଛନ୍ତି | ଏହାକୁ ନେଇ ଅହମଦାବାଦର ଟ୍ରାଫିକ ଏସିପି ଆକାଶ ପଟେଲ କୁହନ୍ତି ଯେ ଦେଢ଼ ବର୍ଷ ତଳୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା |ଫୁଟପାଥରେ ରହୁଥିବା ପିଲାମାନେ ବେଳେବେଳେ ଅପରାଧ ସହ ସମ୍ପୃକ୍ତି ରହୁଥିବାର ଦେଖି ସେମାନଙ୍କୁ ଶିକ୍ଷାଦାନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା | ପିଲାମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛି ଓ କିଭଳି ସୁନାଗରିକ ହୋଇପାରିବେ ତାହା ବୁଝାଯାଉଛି

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.