April 25, 2024

ପାରା ବ୍ୟାଡ୍‌ମିଣ୍ଟନ କ୍ୱାର୍ଟର ଫାଇନାଲରେ ପ୍ରମୋଦ

1 min read
pramod-bhagat-selected-for-quarter-final-Aajira-Odisha

ଆଓରି-ନୂଆଦିଲ୍ଲୀ(୨୭/୦୯) : ଚୀନ୍‌ର ଝେଜିଆଙ୍ଗରେ ଚାଲିଥିବା ଚୀନ୍‌ ପାରା ବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଶ୍ଵର ୧ ନମ୍ବର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସିଙ୍ଗଲ୍‌ସ ଓ ଡବଲ୍‌ସ ବିଭାଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରମୋଦ ସିଙ୍ଗଲ୍‌ସର ୨ୟ ରାଉଣ୍ଡ ମ୍ୟାଚରେ ଫ୍ରାନ୍‌ସର ମାଥେଇ ଥମାସଙ୍କୁ ୨୧-୭ ଓ ୨୨-୨୦ରେ ପରାସ୍ତକରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି।

ସେହିପରି ଡବଲ୍‌ସ ବିଭାଗରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୨୧-୭, ୧୪-୨୧ ଓ ୨୧-୧୫ରେ ଚୀନ୍‌ର ୟୁକ୍ସୁ ଚାନ୍‌ ଓ ୟାଙ୍ଗ ଗୋଏ ଯୋଡ଼ିଙ୍କୁ ପରାସ୍ତକରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ପ୍ରମୋଦ ସିଙ୍ଗଲ୍‌ସ ଓ ଡବଲ୍‌ସ ବିଭାଗ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.