April 19, 2024

ଭାରତ ରତ୍ନ ସମ୍ମାନରେ ବିଭୂଷିତ ହେବେ ପ୍ରଣବ ମୂଖାର୍ଜୀ, ନାନାଜୀ ଦେଶମୁଖ, ଭୂପେନ୍ ହଜାରିକା

1 min read
Bharat-Ratna-Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୦୧) : ସାଧାରଣତନ୍ତ୍ର ଦିବସରେ ୩ଜଣ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ । ଏନେଇ ଶୁକ୍ରବାର ରଷ୍ଟ୍ରପତି ଭବନରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ସାଧାରଣତନ୍ତ୍ର ଦିବସର ପୂର୍ୱ ସନ୍ଧ୍ୟାରେ ରଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରନ୍ନ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ନାନାଜୀ ଦେଶମୁଖ ଓ ଆରଏସଏସ ସହ ଜଡିତ ତଥା ସମାଜସେବୀ ଭୂପେନ୍ ହଜାରିକାଙ୍କୁ ମରୋଣତ୍ତର ଭାବେ ସମ୍ମାନ ଦିଆଯିବ । ପୂର୍ବତନ ରଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ମଧ୍ୟ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରାଯିବ ।

ଦେଶର ସର୍ବୋଚ୍ଚ ସମ୍ମାନ ପାଉଥିବା ଏହି ତିନି ଜଣ ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି । ନାନାଜୀ ଦେଶମୁଖ ନିଜର ଜୀବନକୁ ସମାଜ ସେବାରେ ସମର୍ପିତ କରିଥିଲେ । ଗ୍ରାମୀଣ ବିକାଶରେ ତାଙ୍କର ଅବଦାନ ଚିରସ୍ମରଣୀୟ । ସେ ପ୍ରଥମେ ଭାରତୀୟ ଜନସଂଘ ସହ ଜଡିତ ଥିଲେ । ୧୯୭୭ରେ ଜନତା ପାର୍ଟି ସରକାର ଗଠନ ପରେ ତାଙ୍କୁ ମିଳିଥିବା ମନ୍ତ୍ରୀପଦ ସେ ସ୍ୱୀକାର କରିନଥିଲେ । ସେ ସାରା ଜୀବନ ଦିନଦୟାଲ ଶୌଧ ସଂସ୍ଥା ଅନ୍ତର୍ଗତ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ବିସ୍ତାର କାର୍ଯ୍ୟରେ ନିୟୋଗ ଥିଲେ । ଅଟଳଜୀ ତାଙ୍କୁ ରାଜ୍ୟସଭା ସଦସ୍ୟ ରୂପେ ମନୋନୀତ ମଧ୍ୟ କରିଥିଲେ ।

ସେହିପରି ପ୍ରଣବ ମୂଖାର୍ଜୀଙ୍କ ନାମ ଭାରତ ରତ୍ନ ସମ୍ମାନ ପାଇଁ ଘୋଷଣା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ ଚକିତ କରିଛି ।ରଷ୍ଟ୍ରପତି ହେବା ପୂର୍ବରୁ ସେ ପାଞ୍ଚଦଶନ୍ଧି ଧରି କଂଗ୍ରେସ ପାର୍ଟିର ନେତା ଥିଲେ । କିଛି ଦିନ ପୂର୍ବେ ପ୍ରଣବ ମୂଖାର୍ଜୀଙ୍କ ସଂଘ କାର୍ଯ୍ୟକ୍ରମରେ ସାମିଲ ହେବା ଆଲୋଚନାର ବିଷୟ ହୋଇଥିଲା ।
ଅନ୍ୟପଟେ ବିଶିଷ୍ଟ କଣ୍ଠଶିଳ୍ପୀ ଭୂପେନ ହଜାରିକା ଆସାମର ନିବାସୀ ଅଟନ୍ତି । ନିଜ ମାତୃଭାଷା ଅସମିୟା ଛଡା ହିନ୍ଦୀ, ବଙ୍ଗାଳି ସହ ଅନ୍ୟ ବହୁ ଭାରତୀୟ ଭାଷାରେ ଗୀତ ଗାଇ ଲୋକପ୍ରିୟତା ହାସିଲ କରିଛନ୍ତି । ସେ ବୈଷ୍ଣବ ଜନ ଗୀତଟି ଗାଇ ସମସ୍ତଙ୍କ ହୃଦୟରେ ଘର କରିଛନ୍ତି । ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.