ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା: କମିଶନରେଟ୍ ପୋଲିସ ଦ୍ୱାରା ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ

ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ସସ୍ପେନ୍ସ ଏବେ ବି ଜାରି ରହିଛି । ତେବ ଏହି ମାମଲାରେ ଜିଆରପିର ତଦନ୍ତ ସନ୍ତୋଶ ଜନକ ହେଉନଥିବାରୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚିଠି ଲେଖିଛନ୍ତି ।
ଏହି ଘଟଣାରେ ଜିଆର୍ପି ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଯଦି ଏହା ଆତ୍ମହତ୍ୟା ନହୋଇ ହତ୍ୟା ହୋଇଥାଏ ତେବେ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ । ଫଳରେ ଆଇନ୍ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।