April 20, 2024

ସଂସଦର ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାରଙ୍କ କାମକୁ ପ୍ରସଂଶା କାଲେ ରାଷ୍ଟ୍ରପତି

1 min read
Ram-Nath-Kovind-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୦୧) : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ମଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି । କୋବିନ୍ଦ ନିଜ ଅଭିଭାଷଣରେ କହିଛନ୍ତି ଯେ, ଚାଷୀଙ୍କ ପାଇଁ ସରକାର ଅନେକ ଉନ୍ନତିମୂଳକ ଯୋଜନା ଲାଗୁ କରିଛନ୍ତି । ସବୁ ଗାଁରେ ବିଜୁଳି ପହଞ୍ଚିଛି । ପାନୀୟ ଜଳ ଯୋଗାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ପ୍ରତ୍ୟେକ ଗରିବ ଲୋକଙ୍କ ଘରେ ଗ୍ୟାସ୍‌ ପହଞ୍ଚିଛି । ବିଗତ ସାଢେ ୪ ବର୍ଷ ମଧ୍ୟରେ ୧୩ କୋଟି ଲୋକଙ୍କ ଘରେ ଗ୍ୟାସ୍‌ ପହଞ୍ଚି ପାରିଛି । ମୋଦି ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହିତ ଲୋକଙ୍କ ସବୁ ପ୍ରକାର ହିତ ଚିନ୍ତା କରାଯାଇଛି । ଆୟୁଷ୍ମାନ ଯୋଜନାରେ ଦେଶର ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସହରା ଲୋକଙ୍କୁ ଘର ଯୋଗାଇଦିଆଯାଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାସି ଦଣ୍ଡର ନିୟମ ଲାଗୁ କରାଯାଇଛି ।

ତେବେ ଫେବ୍ରୁଆରୀ ୧ରେ ଏନେଇ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଅନ୍ତରୀଣ ବଜେଟକୁ ଅତିରିକ୍ତ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ପିୟୁଷ ଗୋଏଲ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନରେ ଏଥର ରାଫେଲ ପ୍ରସଙ୍ଗ, ଚାଷୀ ପ୍ରସଙ୍ଗ ସହ ଅନେକ ପ୍ରସଙ୍ଗରେ ବିରୋଧିମାନେ ସରକାରଙ୍କୁ ଘେରିବେ ବୋଲି ଯୋଜନା କରୁଛନ୍ତି । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଏହି ବଜେଟରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଘୋଷଣା କରିପାରନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବଜେଟ ଉପରେ ସମସ୍ତଙ୍କ ନଜର ରହିବ । ଆହୁରି ମଧ୍ୟ ଚଳିତ ଥର ଅର୍ଥ ବିଲ ଏବଂ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସାଧାରଣତଃ ନିର୍ବାଚନ ବର୍ଷରେ ଅନ୍ତରୀଣ ବଜେଟ ଆଗତ କରାଯାଇଥାଏ । ଏଥର ମଧ୍ୟ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ଏହା ସହ ବଜେଟ ଅଧିବେଶନରେ ରାଜ୍ୟ ବିଜେଡି ପକ୍ଷରୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଂଗ ଉଠାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ମହାନଦୀ ଜଳ ବିବାଦ, କୋଇଲା ରୟାଲିଟି, ରାଜ୍ୟକୁ ଅଧିକ ଅର୍ଥ ଅନୁଦାନ ବିଷୟରେ ମଧ୍ୟ ଦାବି ରହିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.