କାଶ୍ମୀରରେ ଲୁଚି ରହିଛନ୍ତି ପୁଲ୍ଓ୍ୱାମା ହମଲା କରିଥିବା ଆତଙ୍କବାଦୀ
1 min readଆଓରି-ନୂଆଦିଲ୍ଲୀ(୧୭/୦୨) : ପୁଲ୍ଓ୍ୱାମା ହମ୍ଲା ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସାର ବିଶ୍ୱରେ ଏହି ସଂଗଠନର ବେଶ୍ କୁଖ୍ୟାତି ରହିଥିବା ବେଳେ ଭାରତରେ ପୁଲ୍ଓ୍ୱାମାରେ ସେ ନିଜର ପ୍ରଭାବ ଦେଖାଇଛି । ତେବେ ଭାରତର ମୁକୁଟ କୁହାଯାଉଥିବା ଜମ୍ମୁ-କଶ୍ମୀରରେ ଏହି ସଂଗଠନ ରହି ଆତଙ୍କରାଜ ଚଳାଉଥିବା ଜଣାପଡ଼ିଛି । ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ ବିଭନ୍ନ ସମୟରେ ଯବାନ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । ବିନା କାରଣରେ ସେମାନଙ୍କୁ ହତ୍ୟ କରି ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରି ରଖିଛି ।
ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଏବଂ ଗୁଇନ୍ଦା ବିଭାଗର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବର୍ତ୍ତମାନ କଶ୍ମୀରରେ ପାଖାପାଖି ୬୦ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ଏବଂ ସେମାନେ ସଂଗଠନ କାମ ମଧ୍ୟ ଚଳାଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ୬୦ ଜଣଙ୍କ ମଧ୍ୟରୁ ୩୫ ଜଣ ପାକିସ୍ତାନୀ ବୋଲି ଜଣାପଡ଼ିଛି । ଆଉ ବାକି ୨୫ ଜଣ ହେଲେ ସ୍ଥାନୀୟ କାଶ୍ମୀର ଅଞ୍ଚଳର । ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଆତଙ୍କବାଦୀ ସଂଗଠନ ଗୁଡ଼ିକ ଧିରେ ଧିରେ ଶକ୍ତିଶାଳୀ ହେଉଛନ୍ତି ।
ଜଣେ ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦର କୌଣସି ସଭ୍ୟ ଏବେ ଆଗକୁ ଆସୁନାହାନ୍ତି । ଦକ୍ଷିଣ କଶ୍ମୀରରେ ଉମେର, ଇସ୍ମାଇଲ୍ ଏବଂ ଅବଦୁଲ ରସିଦ ଗାଜି ଲୁଚି ରହିଛନ୍ତି । ନିକଟରେ ଏକ ଟେପରୁ ଜଣାପଡ଼ିଛି ଯେ, ଗୁରୁବାର ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ମହମ୍ମଦ ଉମେର ଏବଂ ଅବଦୁଲ ରସିଦ ଗାଜିଙ୍କୁ ନିଯୁକ୍ତ କରାଯାଇଥିଲା । ଘଟଣା ସହିତ ସଂପୃକ୍ତ ଏକ ଟେପ୍ରୁ ଏହା ଜଣାପଡ଼ିଛି ।