April 19, 2024

ରେଲୱେ ଓ ସରକାରୀ ବ୍ୟାଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ

1 min read

ଆ.ଓ.ରି(ତା୧୦|୪)– କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ର ଏକ ତାଜା ରିପୋର୍ଟ ଅନୁସାରେ ଗତବର୍ଷ ଦୁର୍ନୀତି ସଂପର୍କିତ ସର୍ବାଧିକ ଅଭିଯୋଗ ରେଲୱେ ଏବଂ ସରକାରୀ ବ୍ୟାଙ୍କ ବିରୋଧରେ ଆସିଛି । ସଂସଦରେ ଉପସ୍ଥାପିତି ସିଭିସିର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୬ ତୁଳନାରେ ୨୦୧୭ରେ ଦୁର୍ନୀତି ଅଭିଯୋଗ ମାତ୍ରା ୫୨%ରୁ ଅଧିକ ହ୍ରାସ ପାଇଛି। ଆୟୋଗକୁ ୨୦୧୧ ପରେ ୨୦୧୭ରେ ସବୁଠୁ କମ୍‌ ଦୁର୍ନୀତି ଅଭିଯୋଗ ମିଳିଛି । ରିପୋର୍ଟ ଅନୁସାରେ ୨୦୧୭ରେ ୨୩,୬୦୯ ଅଭିଯୋଗ ଆସିଛି । ଏହା ପୂର୍ବରୁ ୨୦୧୧ରେ ୧୬,୯୨୯ଟି ଦୁର୍ନୀତି ଅଭିଯୋଗ ଆସିଥିଲାବେଳେ ୨୦୧୨ରେ ଏହା ବୃଦ୍ଧି ପାଇ ୩୭,୦୩୯, ୨୦୧୩ରେ ୩୧,୪୩୨, ୨୦୧୪ରେ ୬୨,୩୬୨, ୨୦୧୫ରେ ୨୯,୮୩୮, ୨୦୧୬ରେ ୪୯,୪୮୪୭ଟି ଦୁର୍ନୀତି ଅଭିଯୋଗ ଆସିଥିଲା । ସିଭିସିକୁ ସିଧାସଳଖ ଆସୁଥିବା ଅଭିଯୋଗ ବ୍ୟତୀତ ପାଖାପାଖି ୬୦,୦୦୦ରୁ ଅଧିକ ଅଭିଯୋଗ ବିଭିନ୍ନ ବିଭାଗୀୟ ଭିଜିଲାନ୍ସ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ତେବେ ୨୦୧୭ରେ ସର୍ବାଧିକ ୧୨,୦୮୯ ଅଭିଯୋଗ ରେଲୱେ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୯,୫୭୫ଟି ମାମଲାର ତଦନ୍ତ ହୋଇସାରିଛି । ବାକି ୨,୫୧୪ଟି ମାମଲା ତଦନ୍ତାଧୀନ ଅଛି । ଏହାବାଦ୍‌ ରେଳ କର୍ମଚାରୀଙ୍କ ବିରୋଧରେ ଆସିଥିବା ୧,୦୩୭ଟି ଅଭିଯୋଗ ୬ମାସରୁ ଅଧିକ ଦିନ ହେବ ବିଚାରଧୀନ ରହିଛି । ଦିଲ୍ଲୀ ଜଲ ବୋର୍ଡ (ଡିଜେବି), ପୂର୍ବ ଏବଂ ଦକ୍ଷିଣ ଦିଲ୍ଲୀ ପୌର ପରିଷଦ, ନୂଆଦିଲ୍ଲୀ ମୁନ୍ୟୁସିପାଲ କାଉଂସିଲ (ଏନ୍‌ଡିଏମ୍‌ସି) ବିରୋଧରେ ୮,୨୪୩ଟି ଅଭିଯୋଗ ଆସିଛି । ବିଭିନ୍ନ ସରକାରୀ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ୮,୦୧୮ଟି ଅଭିଯୋଗ ରହିଛି। ଦିଲ୍ଲୀ ସରକାରୀ ଅଧିକାରୀଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଛି। କେବଳ ଜାତୀୟ ରାଜଧାନୀ ଦିଲ୍ଲୀର ସରକାରୀ ଅଧିକାରୀଙ୍କ ବିରୋଧରେ ୬,୮୧୯ଟି ଲାଞ୍ଚ ନେବା ଅଭିଯୋଗ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.