April 19, 2024

ଖୁବଶୀଘ୍ର ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର ; ଅମିତ ଶାହ

1 min read

ଆଓରି-ନୂଆଦିଲ୍ଲୀ(୧୬/୧୨) : ଖୁବ୍‌ଶୀଘ୍ର ଅଯୋଧ୍ୟାରେ ନିର୍ମାଣ ହେବ ଆକାଶ ଛୁଆଁ ରାମ ମନ୍ଦିର । ଏନେଇ ଆଜି ଅମିତ ଶାହ ଏକ ରାଲିରେ ଯୋଗଦେଇ କହିଛନ୍ତି । ଝାଡ଼ଖଣ୍ଡରେ ଚାଲିଥିବା ନିର୍ବାଚନ ପ୍ରଚାର ମଇଦାନରେ ଓହ୍ଲାଇ ଅମିତ ଶାହ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଛନ୍ତି । ଆଉ ସେହି ସଭାରେ ରାମ ମନ୍ଦିର ନିର୍ମାଣ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଆଯୋଧ୍ୟାରେ ଆଗାମୀ ୪ମାସ ମଧ୍ୟରେ ଆକାଶ ଛୁଆଁ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟି କରଣ ଦେଇଛନ୍ତି ।

ଅନ୍ୟପଟେ ଝାଡ଼ଖଣ୍ଡ କଂଗ୍ରେସ ନେତାଙ୍କ ଉପରେ ମଧ୍ୟ ଶାହ ପ୍ରବଳ ବର୍ଷିଛନ୍ତି । ସ୍ଥାନୀୟ କଂଗ୍ରେସ ନେତା ହେମନ୍ତ ସୋରେନ୍‌ଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସ କୋଳରେ ବସି ସେ ଯେଉଁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ତାହା ସ୍ୱପ୍ନରେ ହିଁ ରହିଯିବ । ଝାଡ଼ଖଣ୍ଡବାସୀ ତାଙ୍କୁ କେବେ ବି ସମର୍ଥନ କରିବେ ନାହିଁ । ଅନ୍ୟପଟେ ଯେତେବେଳେ ଝଡ଼ଖଣ୍ଡରେ ଗୁଳି ଚାଲୁଥିଲା, ସେତେବେଳେ କାହାର ସରକାର ଥିଲା ବୋଲି ଶାହା ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.