April 16, 2024

ଅଗଷ୍ଟ-୨୬ ରେ ଅନୁଷ୍ଠିତ ହେବ ଦିଲ୍ଲୀ ପ୍ରବାସୀ ଓଡିଆ ଉତ୍ସବ ୨୦୧୮

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୪/୮) : ଦିଲ୍ଲୀ ଏନସିଆର ପଞ୍ଜୀକୃତ ସଂସ୍ଥା “ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର” ଆସନ୍ତା ୨୬ତାରିଖ ଦିନ ଦିଲ୍ଲୀ ସ୍ଥିତ ମାର୍କଣ୍ଡେୟ ଭବନ ଛତରପୁର ଠାରେ ପ୍ରବାସୀ ଓଡିଆ ଉତ୍ସବ- ୨୦୧୮ ପାଳନ କରିବାକୁ ଯାଉଛି | ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଏହା ପୂର୍ବରୁ ଗୁରୁଗ୍ରାମ ଏବଂ ଗ୍ରେଟର ନଏଡା ଠାରେ ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ଵ ଓଡିଆ ମାନଙ୍କ ସମାଗମରେ ବହୁ ଧୂମଧାମ ସହିତ ୨୦୧୬ଏବଂ ୨୦୧୭ ପ୍ରବାଶୀ ଓଡିଆ ଉତ୍ସବ ପାଳନ କରିସାରିଛି |

ଦିଲ୍ଲୀ ଏନସିଆର ରେ ଥିବା ୫୦ରୁ ଊର୍ଦ୍ଧ୍ଵ ବେସେରକାରି ସଂସ୍ଥାର ସହଯୋଗରେ ପ୍ରବାସୀ ଓଡିଆ ଉତ୍ସବ ବହୁ ଧୂମଧାମର ସହ ଅନୁଷ୍ଠିତ ହେବାକୁ ଯାଉଛି | ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ | ତାଙ୍କ ସହିତ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ ,ଓଡିଶାର  ସାଂସଦ ଶ୍ରୀ ବୈଜୟନ୍ତ ଜୟ ପଣ୍ଡା ଏବଂ କେନ୍ଦ୍ର ସଂସ୍କୃତିକ ମନ୍ତ୍ରୀ ଡ॰ମହେଶ ଶର୍ମା ଯୋଗଦାନ ଦେବେ ବୋଲି ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାରର ସଭାପତି ଶ୍ରୀ ଅକ୍ଷୟ ସାମଲ ସୂଚନା ଦେଇଥିଲେ |

ଗୁରୁଗ୍ରାମ ସ୍ଥିତ ଉତ୍କଳଜ୍ୟୋତି ଚାରିଟେବୁଲ ଟ୍ରଷ୍ଟ ଏହି ମେଗା ଉତ୍ସବର ଆବାହକ ହେବ ବୋଲି ସଂସ୍ଥାର ସଭାପତି ଶ୍ରୀ ସଞ୍ଜୟ ବେହେରା ସୂଚନା ପ୍ରଦାନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ୧୦୦୦୦ରୁ ଊର୍ଦ୍ଧ୍ଵ ଓଡିଆ ମାନେ ଯୋଗଦେବା ପାଇଁ ଆଶା କରାଯାଇଛି | ସେମାନଙ୍କୁ ଭରପୁର ଆନନ୍ଦ ଯୋଗାଇ ଦେବାପାଇଁ ବହୁ ସୁନାମଧନ୍ୟ ଗାୟକ ତଥା ଦିଲ୍ଲୀ ସ୍ଥିତ ମ୍ୟୁଜିକାଲ ଗ୍ରୁପ ଦ୍ଵାରା ମଧ୍ୟ ସଙ୍ଗୀତ ପରିବେଷଣ କରାଯିବ | ଏହାସହ ଓଡିଶାରୁ ଗୋଟିପୁଅ , ସମ୍ବଲପୁରୀ ନୃତ୍ୟ , ଛଉ ନୃତ୍ୟ ଏବଂ ବ୍ରହ୍ମପୁରରୁ ଶଙ୍ଖ ବଜାଲି ଦଳ ମାନେ ଯୋଗଦେବେ ବୋଲି ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାରର ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତମ ନାୟକ ଜଣାଇଥିଲେ |

ଦର୍ଶକ ମାନଙ୍କୁ ନିଯୋଜିତ ରଖିବା ପାଇଁ ଓଡିଶାର ସୁଶ୍ଵାଦୁ ଖାଦ୍ୟ ସହିତ କୁନିପିଲା ଏବଂ ମହିଳା ମାନଙ୍କୁ ନେଇ ଝୋଟି ହୁଳହୁଳି ଓ କ୍ଵିଜ ପ୍ରତିଯୋଗିତାର  ଆୟୋଜନ କରାଯାଇଛି |  ଦିଲ୍ଲୀର ପ୍ରସିଦ୍ଧ କାତ୍ୟାୟନୀ ମନ୍ଦିର ଛତରପୁର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦିଲ୍ଲୀ ମେଟ୍ରୋ ଛତରପୁର ଷ୍ଟେସନ ଠାରୁ ମାତ୍ର ୨୦୦ମିଟର ଦୂରରେ ହୋଇଥିବାରୁ ଦର୍ଶକ ମାନଙ୍କ ଗମନାଗମନରେ କୌଣସି ଅସୁବିଧା ହେବନାହିଁ , ସେଥିପାଇଁ ବହୁ ଜନ ସମାଗମ ହେବବୋଲି ଆଶା କରାଯାଉଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.