ନିଜ ପଦରୁ ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର ଉର୍ଜିତ୍ ପଟେଲ
1 min readଆଓରି-ନୂଆଦିଲ୍ଲୀ(୧୦/୧୨) : ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର ଉର୍ଜିତ୍ ପଟେଲ । ଇସ୍ତଫା ଦେବା ପରେ ସେ କହିଛନ୍ତି, ବହୁ ବର୍ଷ ଧରି ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରିଥିବାରୁ ଏହା ନିଜର ସୌଭାଗ୍ୟ ବୋଲି ଭାବୁଛି । ଆରବିଆଇର କର୍ମକର୍ତ୍ତା, ଅଫିସର ଏବଂ ମ୍ୟାନେଜମେଣ୍ଟର ଅଶେଷ ସହାୟତା ଯୋଗୁଁ ବ୍ୟାଙ୍କର ଅଗ୍ରଗତି ସମ୍ଭବ ହୋଇଛି । ଏହାସହ ସମସ୍ତଙ୍କୁ ଉର୍ଜିତ୍ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଆରବିଆଇର ସେଣ୍ଟ୍ରାଲ ବୋର୍ଡର ନିର୍ଦ୍ଦେଶକ ଏବଂ ସହପାଠୀମାନଙ୍କୁ ଧନ୍ୟବାଦ ସହ ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି କାମନା କରିଛନ୍ତି ଉର୍ଜିତ୍ ପଟେଲ ।