ଗାଡ଼ି ମାଲିକଙ୍କ ପାଇଁ ରିଲିଫ୍, ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ- ଫିଟନେସ୍ ସାର୍ଟିଫିକେଟ୍ ଉପରେ ରିହାତି
1 min read
ଆଓରି-ନୂଆଦିଲ୍ଲୀ(୨୫/୦୮) : ମହାମାରୀ କରୋନା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ମହାମାରୀ ପୂର୍ବରୁ ସାରା ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଥିବା ବେଳେ ଲକ ଡାଉନ ସମୟରେ ଏହା କୋହଳ କରାଯାଇଥିଲା। ଅନେକ ସମୟରେ ଅଫିସ ବନ୍ଦ ରହୁଥିବାରୁ ଗାଡି ଚଳାଉଥିବା ଅନେକ ଲୋକ ଏପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ, ଯାନ ଫିଟନେସ୍ ସହିତ ଆବଶ୍ୟକୀୟ ଦଲିଲ ନବୀକରଣ କରିନାହାଁନ୍ତି। ଏହି ଡ୍ରାଇଭର ଏବଂ ମାଲିକ ମାନଙ୍କ ପାଇଁ ଏକ ଖୁସି ଖବର ।
କେନ୍ଦ୍ର ସରକାର ମୋଟର ଯାନ ଅଧିନିୟମ ଅନୁଯାୟୀ ବାଧ୍ୟତାମୂଳକ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ, ଯାନ ଫିଟନେସ୍ ଇତ୍ୟାଦି ଦଲିଲ ଗୁଡ଼ିକର ବୈଧ୍ୟତା ବୃଦ୍ଧି କରିଛନ୍ତି। ଏହାର ଅର୍ଥ ହେଉଛି 2020 ଫେବୃଆରୀ ପରେ ମିଆଦ ପୂର୍ଣ୍ଣ ହୋଇଥିବା ଡକ୍ୟୁମେଣ୍ଟ ଗୁଡିକ ବର୍ତ୍ତମାନ ବର୍ଷ ଶେଷ ପର୍ଯ୍ୟନ୍ତ ବୈଧ ରହିବ।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଯେଉଁ ଦଲିଲ ଗୁଡ଼ିକର ବୈଧତା 1 ଫେବୃଆରୀ 2020 ପରେ ସମାପ୍ତ ହୋଇଛି କିମ୍ବା ଆଗାମୀ ଦିନରେ ଏହାର ମିଆଦ ପୂର୍ଣ୍ଣ ହେଉଛି । ସେ ଗୁଡିକ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବୈଧ ବୋଲି ବିବେଚନା କରାଯିବ । ଏହାଦ୍ୱାରା 80 ହଜାର ଗାଡି ଚାଳକ ଲାଭବାନ ହେବେ।
ଏହା ପୂର୍ବରୁ ମାର୍ଚ୍ଚ ଏବଂ ଜୁନ୍ ମାସରେ ସମୟ ସୀମା ବୃଦ୍ଧି କରାଯାଇଥିଲା। ଜୁନ୍ ମାସରେ ଶେଷଥର ପାଇଁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ବୃଦ୍ଧି ହୋଇଥିଲା। ଗାଡି ଚାଳକ ଙ୍କ ପାଇଁ ମୋଟର ଯାନ ଅଧିନିୟମ 1988 ଏବଂ ସେଣ୍ଟ୍ରାଲ ମୋଟର ଯାନ ନିୟମ 1989 ଅନୁଯାୟୀ ଫିଟନେସ, ଅନୁମତି, ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟାନ୍ୟ ଡକ୍ୟୁମେଣ୍ଟ ବାଧ୍ୟତାମୂଳକ ଅଟେ ।