April 19, 2024

ରାଜସ୍ୱ ଆଦାୟ ଲକ୍ଷ ନୁହେଁ ଲୋକଙ୍କ ସୁରକ୍ଷା ଚିନ୍ତା: ଗଡ଼କରୀ

1 min read
Nitin-Gadkari-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୯) : ଗତ ସେପ୍ଟେମ୍ବର ୧ରୁ  ଲାଗୁ  ହୋଇଥିବା ନୂଆ ମୋଟର ଯାନ ଆଇନ୍‌ ଲୋକଙ୍କ ନିଦ ହଜାଇ ଦେଇଛି । ବର୍ଦ୍ଧିତ ଫାଇନ୍‌କୁ ଡରି ଯାହାବାହାନ ଘରୁ ବାହାର କରିବାକୁ ଲୋକ ମାନେ ଡରୁଛନ୍ତି । ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବାରୁ ବିଭିନ୍ନ ରାଜ୍ୟ ସରକାର ଏହାକୁ କିଛିଟା କୋହଳ କରିବାକୁ ଦାବି କରୁଛନ୍ତି । ଓଡ଼ିଶା ସରକାର ଟ୍ରାଫିକ ଧରପଗଡ଼କୁ ୩ ମାସ ପାଇଁ କୋହଳ କରିଥିବାବେଳେ ଗୁଜୁରାଟ, ମହାରାଷ୍ଟ୍ର ଆଂଶିକଭାବେ ଲାଗୁ କରିଛନ୍ତି ।

ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷକୁ ଦୃଷ୍ଟରେ ରଖି ସଡ଼କ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ରାଜସ୍ୱ ଆଦାୟ କରିବାର ଆମର ଲକ୍ଷ ନାହିଁ ଲୋକଙ୍କ ସୁରକ୍ଷା ଆମର ଚିନ୍ତା । ଭାରତରେ ସଡ଼କ ଦୂର୍ଘଟଣାରେ ସବୁଠାରୁ ଅଧିକ (ଦେଢ ଲକ୍ଷ) ଜୀବନ ଯାଇଛି ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି । ଯଦି ଏଥିରେ ଜନ ଅସନ୍ତୋଷ ବଢୁଛି ତେବେ ରାଜ୍ୟ ସରକାର ଚାହିଁଲେ ଏହକୁ କୋହଳ କରିପାରିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.