ବଢିଲା ଡିଜେଲ ଏବଂ ପେଟ୍ରୋଲ ଦର


ଆଓରି-ନୂଆଦିଲ୍ଲୀ(୮/୭) : ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର। ପେଟ୍ରୋଲ ଦର ଲିଟର ପିଛା ୧୪ ପଇସା ବଢିଥିବା ବେଳେ ଡିଜେଲ ୧୧ ପଇସା ବଢିଛି। ରବିବାର ସକାଳ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏହା ଫଳରେ ପେଟ୍ରୋଲ ଲିଟର ପିଛା ୭୪ ଟଙ୍କା ୯୫ ପଇସା, ଡିଜେଲ ଦର ୭୨ ଟଙ୍କା ୭୪ ପଇସାରେ ବିକ୍ରି ହେବ।  ଦିଲ୍ଲୀରେ ପେଟ୍ରୋଲ ଦର ୭୫ ଟଙ୍କା ୯୮ ପଇସାରେ ପହଞ୍ଚି ଯାଇଛି। ସେହିଭଳି ମୁମ୍ବାଇରେ ୮୩ ଟଙ୍କା ୩୭ ପଇସାରେ, କୋଲକାତାରେ ୭୮ ଟଙ୍କା ୬୬ ପଇସାରେ ଏବଂ ଚେନ୍ନାଇରେ ୭୮ ଟଙ୍କା ୮୫ ପଇସାରେ ପେଟ୍ରୋଲ ଦର ପହଞ୍ଚି ଯାଇଛି।  ଗତ ଶୁକ୍ରବାର ପେଟ୍ରୋଲ ଦର ଲିଟର ପିଛା ୧୪ରୁ ୧୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ ଦର ୧୬ରୁ ୧୮ ପଇସା ମଧ୍ୟରେ ବୃଦ୍ଧି ଘଟିଥିଲା। ସେହିଭଳି ଗୁରୁବାର ଦିନ ମହାନଗର ଗୁଡ଼ିକରେ ପେଟ୍ରୋଲ ଦର ଲିଟର ପିଛା ୧୬ରୁ ୧୭ ପଇସା ଏବଂ ଡିଜେଲ ଦର ୧୦ରୁ ୧୨ ପଇସା ବୃଦ୍ଧି ଘଟିଥିଲା। ଭୁବନେଶ୍ୱରରେ ଶନିବାର ପେଟ୍ରୋଲ ଲିଟର ପିଛା ୭୪.୮୧ ଟଙ୍କା ଏବଂ ଡିଜେଲ ୭୨.୬୩ ଟଙ୍କା ରହିଥିଲା।