April 19, 2024

ହକି ବିଶ୍ୱକପ୍‌ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ୱର ଆସୁଛନ୍ତି ତେନ୍ଦୁଲକର

1 min read

ଆଓରି-ଭୁବନେଶ୍ଵର(୧୫/୧୨) : ବିଶ୍ୱର ଲୋକପ୍ରିୟ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଭୁବନେଶ୍ୱର ଆସୁଛନ୍ତି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ସଚିନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱର ଗସ୍ତ ନେଇ ସଚିନ ତେନ୍ଦୁଲକର ନିଜେ ଟୁଇଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିସହ ସେ  ହକି ବିଶ୍ୱକପ୍‌ର ବିଶ୍ବସ୍ତରୀୟ ଆୟୋଜନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟରେ ସଚିନ୍ ଲେଖିଛନ୍ତି- ‘ମୁଁ ଆସନ୍ତାକାଲି  କଳିଙ୍ଗ ଷ୍ଟାଡିୟମ୍ ଆସୁଛି। ସେଠାରେ ଦେଖାହେବ!’

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.