ଧନୀ ତାଲିକାରେ ବିରାଟ କୋହଲିଙ୍କୁ ପଛରେ ପକାଇଲେ ସଲମାନ ଖାନ
1 min readଆଓରି-ନୂଆଦିଲ୍ଲୀ(୦୫/୧୨) : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍। ଦୁହେଁ ଏକା ଫିଲ୍ଡର ହୋଇ ନ ଥିଲେ ମଧ୍ୟ ଧନୀ ତାଲିକାରେ ବିରାଟଙ୍କଠାରୁ ଆଗରେ ଅଛନ୍ତି ସଲମାନ। ଫୋବର୍ସ ପକ୍ଷରୁ ପ୍ରକାଶିତ ଧନୀ ଭାରତୀୟ ସେଲିବ୍ରିଟି-୨୦୧୮ ତାଲିକା ପ୍ରକାଶ ପାଇଛି। ବର୍ଷକୁ ୨୫୩.୨୪ କୋଟି ଟଙ୍କା ଆୟ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି ସଲମାନ ଖାନ। ବିରାଟଙ୍କ ବାର୍ଷିକ ଆୟ ୨୨୮.୦୯ କୋଟି ଟଙ୍କା ବୋଲି ଜଣାପଡିଛି। ଶ୍ରେଷ୍ଠ-୧୦ରେ ତାଲିକାରେ ଅଛନ୍ତି ଅକ୍ଷୟ କୁମାର ଓ ଦୀପିକା ପାଦୁକୋନଙ୍କ ନାମ ରହିଛି।