ନୂଆ ରଙ୍ଗର ସ୍ମାର୍ଟଫୋନ ବଜାରକୁ ଆଣିଲା ସାମସଙ୍ଗ ଗାଲାକ୍ସି ନୋଟ ୯
1 min readଆଓରି-ନୂଆଦିଲ୍ଲୀ(୨୪/୧୨) : ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଦୁଇ ନୂଆ ରଙ୍ଗର ସ୍ମାର୍ଟଫୋନ ବଜାରକୁ ଆଣିଛି। ଗାଲାକ୍ସି ନୋଟ ୯ ଲିମିଟେଡ ଏଡିଶନ ଆଲପାଇନ୍ ହ୍ଵାଇଟ ରଙ୍ଗରେ ବଜାରକୁ ଆସିଥିବା ବେଳେ ଗାଲାକ୍ସି ଏସ୍ ୯ ରେଡିଆଣ୍ଟ ପୋଲାରିସ ନୀଳ ରଙ୍ଗରେ ଆସିଛି। ନୋଟ ୯ର ଏହି ନୂଆ ରଙ୍ଗ ପରେ ଏହା ବର୍ତ୍ତମାନ ଓସନ ବ୍ଲୁ, ମିଡ୍ ନାଇଟ୍ ବ୍ଲାକ, ମେଟାଲିକ୍ କପର, ଲାଭେଣ୍ଡର ପର୍ପଲ ଏବଂ ଅଲ ନ୍ୟୁ ଆଲପାଇନ ହ୍ବାଇଟ ରଙ୍ଗରେ ଉପଲବ୍ଧ। ସେହିଭଳି ଗାଲାକ୍ସି ଏସ୍୯ ମିଡନାଇଟ ବ୍ଲାକ, କୋରାଲ ବ୍ଲୁ, ଲିଲାକ ପର୍ପଲ, ସନରାଇଜ ଗୋଲ୍ଡ, ବରଗଣ୍ଡି ରେଡ ଏବଂ ନୂଆ ପୋଲାରିସ ନୀଳ ରଙ୍ଗରେ ଆସୁଛି। ଗ୍ରାହକଙ୍କୁ ସର୍ବୋତ୍ତମ ସ୍ମାର୍ଟଫୋନ ସହ ଉନ୍ନତ ଡିଜାଇନ, ପରଫରମାନ୍ସ ଇନୋଭେସନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ ବୋଲି ସାମସଙ୍ଗ ଇଣ୍ଡିଆର ମୋବାଇଲ ବିଜନେସ ଜେନେରାଲ ମ୍ୟାନେଜର ଆଦିତ୍ୟ ବବର ସୂଚନା ଦେଇଛନ୍ତି।