April 19, 2024

କେନ୍ଦ୍ରାପଡା ଜିଲ୍ଲାରେ ଜାରି ହେଲା ୧୪୪ ଧାରା

1 min read
144-In-Kendrapara-Aajira-Odisha

ଆଓରି-ଭୁବନେଶ୍ଵର(୨୩/୦୧) : କେନ୍ଦ୍ରାପଡ଼ାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । ଏନେଇ ୧୪୪ ଧାରା ଜାରି କରିଛି ପୋଲିସ୍‌  । ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାର ହଜାର ହଜାର କର୍ମୀ ସଭାରେ ଯୋଗ ଦେଇଥିଲେ ।

ଏହାକୁ ବିରୋଧ କରି ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ସହ ଏହି ସଭାକୁ ପ୍ରତିବାଦ କରି କହିଥିଲେ ଯେ ଏହି ପଡିଆରେ ଆମର ଜଲସା ଉତ୍ସବ ପାଳନ କରିବାକୁ ଜିଲ୍ଲାପାଳ ମନା କରିଦେଇଥିଲେ । ତେବେ ଆମ୍ଭେ ଏହି  ସଭା କରାଇଦେବୁନି ବୋଲି ଉତ୍ତ୍ୟକ୍ତ ଯୁବକ କହିଥିଲେ ।

ଏହି ବଚସା ଉଗ୍ରରୂପ ଧାରଣ କରିଲା ପରେ ଜିଲ୍ଲା ଏସପି ନିତିଶୋଖର ଓ ଜିଲ୍ଲାପାଳ ହାଇସ୍କୁଲ ପଡିଆରେ ପହଞ୍ଚି ଉତ୍ତ୍ୟକ୍ତ ଯୁବକମାନଙ୍କୁ ବୁଝାସୁଝା କରିବା ସହ ୧୪୪ ଧାରା ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.