April 16, 2024

ସହିଦଙ୍କୁ ସମ୍ମାନ ଦେଇ ଓଡିଶାର ଅନେକାଂଶ ଦୋକାନ ବଜାର ବନ୍ଦ

1 min read

ଆଓରି-ଭୁବନେଶ୍ଵର(୧୮/୦୨) : ଗତ ୧୪ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି । ଆକ୍ରମଣ ପ୍ରତିବାଦରେ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଡାକରା ଦେଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଂଘ ମଧ୍ୟ ସାମିଲ ହୋଇଛି ।

ଖୋର୍ଦ୍ଧାରେ ମଧ୍ୟ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି । ବନ୍ଦରେ ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ସାମିଲ ହୋଇଛନ୍ତି । ତେବେ ଔଷଧ ଦୋକାନ ଗୁଡିକ ଖୋଲା ରହିଛି । ଅପରାହ୍ନ ୪ଟା ଯାଏ ଦୋକାନ ବଜାର ବନ୍ଦ ରହିବ ।

କଳାହାଣ୍ଡିର ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ରାଜରାସ୍ତାକୁ ଓହ୍ଲାଇ ଆତଙ୍କବାଦୀକୁ ମୂଳପୋଛ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କେନ୍ଦୁଝରରେ ମଧ୍ୟ ଦୋକାନ ବଜାର ବନ୍ଦ ରହିଛି । ଫେବୃୟାରୀ ୧୪ରେ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସାରା ଭାତରରେ ବନ୍ଦ ଡାକରା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.