ଶ୍ରଦ୍ଧା ସ୍ୱୀକାର କଲେ ପନ୍ଦର ବର୍ଷ ବୟସରେ କରିଥିଲେ ଭୁଲ
1 min readଆଓରି-ନୂଆଦିଲ୍ଲୀ(୩୦/୮) : ବଲିଉଡର ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁରଙ୍କୁ ଦର୍ଶକ ଇତିମଧ୍ୟରେ ତିନ୍ ପତ୍ତି,ଲଭ୍ କା ଦି ଏଣ୍ଡ୍,ଆଶିକୀ-୨,ଆଦି ସିନେମାରେ ଦେଖିଛନ୍ତି। ଏବେ ସ୍ତ୍ରୀ,ବତ୍ତିଗୁଲ୍ ମିଟର ଚାଲୁ ଓ ସାହୋ ଭଳି ସିନେମାପାଇଁ ଚର୍ଚ୍ଚାରେ ଅଛନ୍ତି ନାୟିକା ଶ୍ରଦ୍ଧା କପୁର । ସେ ବୋଷ୍ଟନ୍ ୟୁନିଭର୍ସିଟିରେ ଥିଏଟର ଷ୍ଟଡିଜ୍ ପଢ଼ୁୁଥିଲେ। ସେଠାରେ ସେ ଏକ ନାଟକରେ ଶ୍ରଦ୍ଧା ଅଭିନୟ କରିଥିଲେ। ସଂଯୋଗବଶତଃ ସେହି ନାଟକ ଦେଖିବାର ସୁଯୋଗ ପାଇଥିଲେ ଥିଲେ ବଲିଉଡ୍ ସୁପର ଷ୍ଟାର୍ ସଲମାନ୍ ଖାନ୍।
ଶ୍ରଦ୍ଧା କପୁରଙ୍କ ଅଭିନୟରେ ବେଶ୍ ପ୍ରଭାବିତ ହୋଇଥିଲେ ସଲମାନ୍ ଖାନ୍। ସେତେବେଳେ‘ଲକି! ନୋ ଟାଇମ୍ ଫର୍ ଲଭ୍’ ସିନେମା ପାଇଁ ନାୟିକା ସନ୍ଧାନ କରୁଥିଲେ ଦୁଇ ନିର୍ଦ୍ଦେଶକ ରାଧିକା ରାଓ ଓ ବିନୟ ସପ୍ରୁ। ସେଦୁହେଁ ସଲମାନ୍ ଖାନ୍ ଙ୍କ ଲାଗି ଜଣେ ନବାଗତାଙ୍କୁ ଖୋଜୁଥାନ୍ତି ।‘ଲକି! ନୋ ଟାଇମ୍ ଫର୍ ଲଭ୍’ ସିନେମା ପାଇଁ ସେମାନେ ଅନେକ ଯୁବତୀଙ୍କର ଅଡିସନ୍ ନେଇସାରିଥିଲେ ହେଲେ କେହି ସେମାନଙ୍କୁ ଠିକ୍ ଲାଗିଲେ ନାହିଁ। ଫଳତଃ କାହାକୁ ସଲମାନଙ୍କ ବିପକ୍ଷରେ ନେବେ ବୋଲି ଚିନ୍ତାରେ ଥିଲେ। ସଲମାନ୍ ଖାନ ଦୁଇ ନିର୍ଦ୍ଦେଶକ ରାଧିକା ରାଓ ଓ ବିନୟ ସପଙ୍କୁ ଶ୍ରଦ୍ଧା କପୁରଙ୍କୁ କାଷ୍ଟ୍ କରିବା ଲାଗି ପରାମର୍ଶ ଦେଇଥିଲେ।
ତା’ପରେ ବିନୟ ସପ୍ରୁ ଓ ରାଧିକା ରାଓ ଜାଣିବାକୁ ପାଇଲେ ଯେ ଶ୍ରଦ୍ଧା ହେଉଛନ୍ତି ପ୍ରଖ୍ୟାତ ଅଭିନେତା ଶକ୍ତି କପୁରଙ୍କ ଝିଅ। ସେ ଦୁହେଁ ଶକ୍ତିଙ୍କ ଘରକୁ ଯାଇ ଝିଅ ଶ୍ରଦ୍ଧାଙ୍କୁ ସଲମାନ୍ଙ୍କ ବିପକ୍ଷରେ ନାୟିକା ହେବାଲାଗି ଅନୁରୋଧ କରିଥିଲେ। ଶ୍ରଦ୍ଧା ସେତେବେଳେ ଥିଏଟର ଷ୍ଟଡିଜ୍ କୋର୍ସ କରୁଥିଲେ ଓ ଆଗକୁ ଆହୁରି ପଢ଼ିବାକୁ ଚାହୁଁଥିଲେ। ଏଣୁ ସେ ଏତେ କମ୍ ବୟସରେ ଆକ୍ଟିଂ କ୍ୟାରିଅର୍ ଆରମ୍ଭ କରିବାକୁ ରାଜି ହୋଇନଥିଲେ । ଫଳତଃ ସଲମାନ୍ଙ୍କ ନାୟିକା ହେବାକୁ ମନା କରିଥିଲେ। ତାହା ବୋଧହୁଏ ତାଙ୍କର ଭୁଲ ନିଷ୍ପତ୍ତି ଥିଲା ବୋଲି ପରେ ଶ୍ରଦ୍ଧା ସ୍ୱୀକାର କରିଥିଲେ। ଯଦି ସେଦିନ ସେ ସଲମାନଙ୍କ ସହ କାମ କରିଥାନ୍ତେ ହୁଏତ ଆଜି ତାଙ୍କର ସ୍ଥିତି ଭିନ୍ନ ହୋଇଥାନ୍ତା।