April 25, 2024

ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆୟୁଷ ହସ୍‌ପିଟାଲ ପାଇଁ ଆସିପାରୁନି ଅର୍ଥ ; ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଲେ ଶ୍ରୀପଦ

1 min read
Shripad-Naik-Aajira-Odisha

ଆଓରି-ଭୁବନେଶ୍ଵର(୨୧/୧୨) : ବାଲେଶ୍ୱରରେ ଆୟୁଷ ଡାକ୍ତରଖାନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବାଲେଶ୍ୱରରେ ପ୍ରସ୍ତାବିତ ଆୟୁଷ ହସ୍‌ପିଟାଲ ପାଇଁ ପୁନର୍ବାର ଅର୍ଥ ଅନୁମୋଦନ କରାଯାଇ ପାରୁ ନାହିଁ । ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଡାକ୍ତରଖାନା ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ । ତେବେ କହିରଖୁଛୁ ବାଲେଶ୍ୱରରେ ଆୟୁଷ ଡାକ୍ତରଖାନା ନିର୍ମାଣ ପାଇଁ ରେମୁଣା ବିଧାୟକ ଗୋବିନ୍ଦ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠି ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୨ରେ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଏହି ବିଷୟରେ ଏକ ଚିଠି ଲେଖିଥିଲେ । ଏହି ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ  ।

ସେ ଚିଠିରେ ଲେଖିଛନ୍ତି ଯେ, ଗତବର୍ଷ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ୨୦୧୬-୧୭ ରେ ୫୦୦ଲକ୍ଷ ଟଙ୍କା ଓ ୨୦୧୭-୧୮ରେ ୩୦୦ଲକ୍ଷ ଟଙ୍କା ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ୍ମାନ ଡାକ୍ତରଖାନା ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏହି ଅନୁମୋଦନ ରାଶିର ବିନିଯୋଗ ନେଇ କୌଣସି ରିପୋର୍ଟ ପ୍ରଦାନ କରିନାହାନ୍ତି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବାଲେଶ୍ୱରର ଆୟୁଷ୍ମାନ ଡାକ୍ତଖାନା ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରାଯାଇ ପାରୁନାହିଁ । ରାଜ୍ୟ ସରକାର ପୁରୁଣା ଦୁଇ ପ୍ରକଳ୍ପରେ ବିନିଯୋଗ ଅର୍ଥର ପ୍ରମାଣପତ୍ର ଦେବାକୁ ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି । ଏହା ସହିତ ବାଲେଶ୍ୱରରେ ଏହି ଡାକ୍ତରଖାନା ନିର୍ମାଣ ପାଇଁ ବାର୍ଷିକ ଯୋଜନାରେ ସାମିଲ କରି ପ୍ରସ୍ତାବ ପଠାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.